କଳା ଏବଂ ଘନ ଆଇବ୍ରୋ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ
Khabar Odisha:state-odisha-home-remedies-for-thick-eyebrows
ଭୁବନେଶ୍ଵର, ସେପ୍ଟେମ୍ବର ୦୫ (ଖବର ଓଡିଶା) :

 ଆପଣଙ୍କ ଚେହେରା କେତେ ଆକର୍ଷଣୀୟ ଦେଖାଯିବ ତାହା ପ୍ରାୟତଃ ଆପଣଙ୍କ ଆଖି ଉପରେ ନିର୍ଭର କରେ। ଯଦି କାହାର ଆଖି ସୁନ୍ଦର ନଥିବ ତେବେ ଚେହେରା ଯେତେ ଆକର୍ଷଣୀୟ ହୋଇଥିଲେ ମଧ୍ୟ ସୁନ୍ଦର ଦେଖା ଯାଆନ୍ତି ନାହିଁ। ତେବେ ଆଖିକୁ ସୁନ୍ଦର କରିବା ପାଇଁ ଆଇବ୍ରୋର ବହୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେବେ ଆପଣଙ୍କର ଆଇବ୍ରୋକୁ ସୁନ୍ଦର କରିବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ। 

ଅଲିଭ ତେଲ- ପ୍ରତିଦିନ ରାତ୍ରୀରେ ଶୋଇବା ପୁର୍ବରୁ ଆଙ୍ଗୁଠି ଏବଂ ପାଦରେ କିଛି ଅଲିଭ ତେଲ ଲଗାଇ ୫ରୁ ୧୦ ମିନିଟ୍ ମସାଜ୍ କରନ୍ତୁ। ଆପଣଙ୍କୁ ୧୫ଦିନ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଵ। 

ଆଲୋବେରା ଜେଲ- ଆଇବ୍ରୋକୁ ଘନ ଏବଂ କଳା କରିବା ପାଇଁ ଆଲୋବେରା ଜେଲ ଆପଣାନ୍ତୁ। ଆଙ୍ଗୁଠିରେ କିଛି ଆଲୋବେରା ଜେଲ ନେଇ ଆଇବ୍ରୋରେ କାଲକା ମସାଜ କରନ୍ତୁ। ଏଥିରେ ଆପଣଙ୍କୁ ଲାଭ ମିଳିଵ। 

କଞ୍ଚା ଦୁଧ- ଏକ ଚାମଚ କଞ୍ଚା ଦୁଗ୍ଧ ଆଇବ୍ରୋରେ ଲଗାନ୍ତୁ। ଏହା ଦ୍ଵାରା ଆପଣଙ୍କର ଆଇବ୍ରୋ ଆକର୍ଷଣୀୟ ଦେଖାଯିବ। 

ନଡିଆ ତେଲ- ବ୍ୟୁଟେ କେୟାର ପାଇଁ ସର୍ବଦା ନଡିଆ ତେଲ ପସନ୍ଦ ଥାଏ। ତ୍ଵଚାରୁ ନେଇ ମୁଖ ଯାଏଁ ଏହାକୁ ସବୁଠାରେ ବ୍ୟବହାର କରାଯାଏ। ପ୍ରତିଦିନ ନଡିଆ ତେଲ ଆଇବ୍ରୋ ଲଗାନ୍ତୁ ଦେଖିବେ କମ୍ ଦିନରେ ଆପଣଙ୍କ ଆଇବ୍ରୋ ଘନ ଏବଂ କଳା ଦେଖାଯିବ। 

ପିଆଜ ରସ- ପିଆଜ ରସ କେଶ ବୃଦ୍ଧି କରିବା ପାଇଁ ବେଶ୍ ସହାୟକ ହୋଇଥାଏ। ପ୍ରତିଦନ ଆଇବ୍ରୋରେ ପିଆଜ ରସ ଲଗାଇଲେ ଆପଣଙ୍କର ଆଇବ୍ରୋ ଘନ ଏବଂ କଳା ଦେଖାଯିବ।

Subscribe

National International State Sports Entertainment