ଘରୋଇ ଉପଚାର କରି ସମାଧାନ କରନ୍ତୁ ତ୍ଵଚା ଠାରୁ ନେଇ କେଶ ଯାଏଁ ବିଭିନ୍ନ ସମସ୍ୟା
Khabar Odisha:lifestyle-odisha-homely-beauty-tips
ଭୁବନେଶ୍ଵର, ଅକ୍ଟୋବର ୧୦ (ଖବର ଓଡିଶା) :

ସାଧାରଣ ସ୍ଵାସ୍ଥ୍ୟଜନିତ କିଛି ସମସ୍ୟା ହେଲେ ଆମେ ପ୍ରାୟତଃ ଡାକ୍ତରଙ୍କ ପାଖକୁ ଦୌଡି ଥାଉ ଓ ବିଭିନ୍ନ ଔଷଧ ବ୍ୟବହାର କରୁ। କିନ୍ତୁ ଆମ ନିଜ ରୋଷେଇ ଶାଳରେ ବିଭିନ୍ନ ସ୍ଵାସ୍ଥ୍ୟ ଜନିତ ସମସ୍ୟାର ସମାଧାନ ରହିଛି। ଯାହାକୁ ବ୍ୟବହାର କରି ଆମେ ଆମ ଶରୀରର ଯତ୍ନ ନେବା ସହ ବିଭିନ୍ନ ଛୋଟମୋଟ ସମସ୍ୟାରୁ ଦୂରରେ ରହିପାରିବା। ତେବେ ଜାଣନ୍ତୁ ସ୍ଵାସ୍ଥ୍ୟ ଜନିତ କିଛି ଟିପ୍ସ। 

ଧଳା କେଶକୁ କଳା କରିବା ପାଇଁ- କେଶରେ ଲେମ୍ବୁରସରେ ଅଁଳା ଗୁଣ୍ଡ ମିଶାଇ ଲଗାନ୍ତୁ। ଧଳା କେଶରୁ ମୁକ୍ତି ମିଳିବ। 

କେଶରେ ଉକୁଣୀ ହେଲେ-ଲେମ୍ବୁରସ ଓ ରସୁଣ ରସ ମିଶାଇ ଲଗାନ୍ତୁ ଆପଣଙ୍କୁ ଉକୁଣୀରୁ ମୁକ୍ତି ମିଳିବ।

ଉପି ଓ ଉକୁଣୀ ନଷ୍ଟ- ରକ୍ତମନ୍ଦାର ପତ୍ରକୁ ବାଟି ମୁଣ୍ଡରେ ଲଗାଇଲେ ଉକୁଣୀ ଓ ଉପି ମରିଯିବେ।

ଛଣାଦ୍ରବ୍ୟରେ ଅଳ୍ପ ତେଲ- ତେଲ ଗରମ ହେବାପରେ ସେଥିରେ ଅଳ୍ପ ଲୁଣ ପକାଇ ଦ୍ରବ୍ୟକୁ ଛାଣିଲେ ସେହି ଦ୍ରବ୍ୟ କମ୍ ତେଲ ଶୋଷିଥାଏ।

କେଶର ଯତ୍ନ- ଗାଧୋଇବା ପୂର୍ବରୁ ଦହିକୁ ମୁଣ୍ଡରେ ଘସି କେଶକୁ ଧୋଇବା ଦ୍ଵାରା କେଶ କୋମଳ ଓ ଦୀର୍ଘ ହୁଏ। 

ମୁଖ ସୌନ୍ଦର‌୍ୟ୍ୟ- ମସୁର ଡାଲିର ଚୁନା ସହ ମହୁ ମିଶାଇ କ୍ରିମ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଏହାଦ୍ଵାରା ସୌନ୍ଦର୍ଧ୍ୟ ବୃଦ୍ଧି ପାଏ।

ତ୍ଵଚାର ସୁନ୍ଦରତା- କଞ୍ଚାକ୍ଷୀର, ଅଳ୍ପ ହଳଦୀ, ଅଳ୍ପ ଲୁଣକୁ ଏକାଠି ଗୋଳାନ୍ତୁ। ଏହାକୁ ହାତ, ଗୋଡ ଓ ବେକରେ ଲଗାନ୍ତୁ। ଶୁଖିଯିବା ପରେ ଗାଧୋଇ ପଡନ୍ତୁ। ତ୍ଵଚା ମସୃଣ ଓ ସଫା ଦେଖାଯିବ। 

କହୁଣୀ ଓ ଆଣ୍ଠୁରେ କଳାଦାଗ ଦୂର- ଗ୍ଲିସେରିନ୍, ଲେମ୍ବୁରସ ଓ ପାଣିକୁ ଏକାଠି ମିଶାଇ କହୁଣୀ ଓ ଆଣ୍ଠୁର କଳାଦାଗରେ ଲଗାନ୍ତୁ। ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ଵାରା କଳାଦାଗ ଧୀରେଧୀରେ ଦୂର ହୁଏ।

ଅସରପା- ରସୁଣକୁ ଶୁଖାଇବା ଦ୍ଵାରା ଗୁଣ୍ଡକରି ପୁଟୁଳି କରି ବାନ୍ଧି ଦିଅନ୍ତୁ। ଏହାକୁ କବାଟ ଆଦି ସ୍ଥାନରେ ରଖନ୍ତୁ। ଅସରପା ଚାଲିଯିବ। 

ଉଇ ପାଇଁ- କଳାଜିରାକୁ ପୁସ୍ତକ ଅଥବା କପଡା ଭିତରେ ରଖିଲେ ଉଇ ଲାଗନ୍ତି ନାହିଁ। 

ସର୍ଦ୍ଦି ଓ ମୁଣ୍ଡବ୍ୟଥା- ରାତ୍ରୀ ସମୟରେ ନିତି ସୋରିଷ ତେଲ ଉଷୁମ କରି ୧ରୁ ୨ ଟୋପା ନାକରେ ପକାଇଲେ ନାକରୁ ପାଣି ବହିବା ବନ୍ଦ ହୁଏ। ମସ୍ତିଷ୍କ ସୁସ୍ଥ ରୁହେ।

କାନ ଟଣା- ପିଆଜକୁ ପେଷି କପଡାରେ ଛାଣି ତାକୁ ଗରମ କରି ନିଅନ୍ତୁ। ଏହାର ୪ଟୋପା କାନରେ ପକାନ୍ତୁ। କାନର ଯନ୍ତ୍ରଣା ଦୂର ହେବ।

Subscribe

National International State Sports Entertainment