ଜାଣନ୍ତୁ ମିଶ୍ରି ଖାଇବା ଦ୍ୱାରା ଏହି ସବୁ ରୋଗରୁ ମୁକ୍ତି ମିଳେ
Khabar Odisha:lifestyle-odisha-benefits-of-eating-mishri-in-cold-cough
ଭୁବନେଶ୍ୱର, ମାର୍ଚ୍ଚ ୧୦ (ଖବର ଓଡିଶା) :

ଆପଣ ଜାଣିଥିବେ ମିଶ୍ରିକୁ ହୋଟେଲ ମାନଙ୍କରେ ମାଉଥ ଫ୍ରେଶନର ହିସାବରେ ବ୍ୟବହାର କରାଯାଏ । ଏହା ସହ ଘରେ ପୂଜା, ପାଠ ଏବଂ ପ୍ରସାଦ ରୂପରେ ବ୍ୟବହାର କରାଯାଏ । ତେବେ ଜାଣନ୍ତୁ ମିଶ୍ରି ଖାଇବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ । 

ଶୀତ ଦିନେ ପ୍ରୟତଃ ଲୋକ ରୋୀଣା ଥାନ୍ତି । ଏହି ସମୟରେ କାଶ ଏବଂ ଥଣ୍ଡା ଲାଗି ରୁହେ । ଯଦି ଆପଣ ମିଶ୍ରି ସହ ଗୋଲମରିଚ ଗୁଣ୍ଡ ଏବଂ ଘିଅ ଏକ ସହ ମିଶ୍ରଣ କରି ପିବେ ତେବେ କିଛି ଆରାମ ମିଳିବ । ରାତିରେ ଶୋଇବା ସମୟରେ ଏକ ଚାମଚ ସେବନ କଲେ ଆପଣଙ୍କର କାଶ ଭଲ ହୋଇଯିବ । ଶରୀରରେ ହିମଗ୍ଲୋବିନ ମାତ୍ରା କମି ଯାଇଥିଲେ ନିୟମିତ ଭାବରେ ନିୟନ୍ତ୍ରଣରେ ମିଶ୍ରି ସେବନ କଲେ ଶରୀରରେ ରକ୍ତର ମାତ୍ରା ବୃଦ୍ଧି ହୋଇଥାଏ । ରକ୍ତ ସଂଚାଳନ ପ୍ରକ୍ରିୟା ଠିକ ଭାବରେ ହୋଇଥାଏ । ମିଶ୍ରିରେ ପାଚକ ଗୁଣ ରହିଛି । ଏହା ଦ୍ୱାରା ଆପଣଙ୍କ ପେଟ ଜନିତ ସମସ୍ୟାର ସମାଧାନ ହୋଇଥାଏ । ମୁଖ ସ୍ୱାଦ ପାଇଁ ମିଶ୍ରି ସେବନ କଲେ ଏହା ଦିନ ସାରା ଆପଣଙ୍କର ଏନର୍ଜି ଭରପୁର ରଖିଥାଏ । ନାକରୁ ରକ୍ତତ୍ସାବ ହେବା ସମସ୍ୟାକୁ ମଧ୍ୟ ସମାଧାନ କରିଥାଏ । 

Subscribe

National International State Sports Entertainment