ବର୍ଷା ଦିନେ ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଚୁଡ଼ା ପିଆଜ ପକୋଡ଼ା
Khabar Odisha:lifestyle-Odisha-Enjoy-poha-Onion-Pokada-in-the-rain
ଭୁବନେଶ୍ୱର, ଅଗଷ୍ଟ ୩୦(ଖବର ଓଡ଼ିଶା):

ସମସ୍ତଙ୍କୁ ଛଣାଛଣି ଗରମା ଗରମ ଓ ଚଟପଟା ଖାଦ୍ୟ ଖାଇବାକୁ ଭଲ ଲାଗେ । ବଜାରରେ ମିଳୁଥିବା ଭଳି କିଛିଖାଦ୍ୟ ଆମେ ଘରେ ମଧ୍ୟ ପ୍ରସ୍ତୁତ କରି ମଧ୍ୟ ଖାଇପାରିବା । ଆସନ୍ତୁ ଜାଣିବା ଚୁଡ଼ା ପିଆଜ ପକୋଡ଼ାର ପ୍ରସ୍ତୁତି ପ୍ରଣାଳୀ ..

ସାମଗ୍ରୀ :

ବେସନ : ଅଧା କପ

କଟା ହୋଇଥିବା ପିଆଜ : ୩ଟି ଛୋଟ 

ଲଙ୍କା ପାଉଡ଼ର : ୧ ଚାମଚ

ଧନିଆ ପତ୍ର : ଅଳ୍ପ

କର୍ଣ୍ଣଫ୍ଲୋର :୩ଚାମଚ

ତେଲ : ଛାଣିବା ପାଇଁ 

ଧନିଆ ପାଉଡ଼ର : ୧ଚାମଚ

କଞ୍ଚା ଲଙ୍କା : ୨ଟି

ଲୁଣ : ସ୍ୱାଦନୁସାରେ

ଚୁଡ଼ା : ଅଧା କପ

ପାଣି : ଆବଶ୍ୟକ ପରିମାଣର

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ବେସନ ,ଲଙ୍କା ପାଉଡ଼ର ,ଲୁଣ ,ଧନିଆ ପାଉଡ଼ର ,କର୍ଣ୍ଣଫ୍ଲୋର ଆଦିକୁ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ସେଥିରେ ଚୁଡ଼ା ଓ କଟା ପିଆଜ,ଲଙ୍କା ଧନିଆ ପତ୍ର ଆଦି ପକାଇ ଗୋଳାନ୍ତୁ । ଆବଶ୍ୟକ ଅନୁସାରେ ଅଳ୍ପ ଅଳ୍ପ ପାଣି ଦେବେ ।  ଗ୍ୟାସ ଅନ କରି ଏକ କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ପକୋଡ଼ା ଭଳି ଛୋଟ ଛୋଟ କରି ପକାନ୍ତୁ । ଭଲ ଭାବେ ଗୋଲ୍ଡେନ ବ୍ରାଉନ ହେବା ପରେ ପକୋଡ଼ାକୁ ତେଲରୁ ଛାଣି ଏକ ପାତ୍ରରେ ବାହାର କରିନିଅନ୍ତୁ । ସେଥିରେ ଧନିଆ ପତ୍ର ,କଟା ପିଆଜ ଓ ସସ୍  ପକାଇ ସର୍ଭ କରନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚୁଡ଼ା ପିଆଜ ପକୋଡ଼ା ।

  • Tags:

Subscribe

National International State Sports Entertainment