ପ୍ରତିଦିନ ଗୋଟିଏ ଅଁଳା ଖାଆନ୍ତୁ, କାଶ ସର୍ଦ୍ଦିରୁ ମୁକ୍ତି ପାଇବେ
Khabar Odisha:Lifestyle-Odisha-amezing-health-Benefits-of-Eating-amla-daily
ଭୁବନେଶ୍ୱର, ଡିସେମ୍ବର ୨୧(ଖବର ଓଡ଼ିଶା):

ଋତୁ ପରିବର୍ତ୍ତନ ହେଲେ କିମ୍ବା ଅନ୍ୟ କାରଣରୁ ଶରୀର ଉପରେ ପ୍ରଭାବ ପଡ଼ିଲେ ଣ୍ଡ଼ା କାଶ ହୋଇଥାଏ । ଶୀତ ଋତୁ ଚାଲିଛି । ଏହି ସମୟରେ ପରିବର୍ତ୍ତନ ଦ୍ୱାରା ସାଧାରଣତଃ ତାପମାତ୍ରାର ବୃଦ୍ଧି ଓ କମ କାରଣରୁ ଲୋକଙ୍କ ଶରୀରରେ ଥଣ୍ଡା ,କାଶ ,ଜ୍ୱର ଭଳି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଏହି ସବୁ ସମସ୍ୟା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । ଆମ ଶରୀର ପାଇଁ ଅନେକ ଉପକାରୀ ହୋଇଥାଏ ଅଁଳା । ପ୍ରତିଦିନ ଗୋଟିଏ ଅଁଳା ଖାଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଥାଏ । 

ଆପଣ କଞ୍ଚା ଅଁଳା କିମ୍ବା ଆଚାର ଭାବେ ମଧ୍ୟ ଖାଇପାରିବେ । ଏହା ସହ ଅଁଳାକୁ ସୁଖା ପାଉଡ଼ର ପ୍ରସ୍ତୁତ କରି ଖାଆନ୍ତୁ । ଅଁଳାରେ ଆଣ୍ଟିଅକ୍ସିଡେଣ୍ଟସ ଭରପୁର ପରିମାଣରେ ରହିଥାଏ । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ଏହା ସହ ଅଁଳା ଖାଇବା ଦ୍ୱାରା ରୋଗପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ । ସକାଳ ସମୟରେ ଅଁଳା ଖାଇବା ଭଲ ହୋଇଥାଏ । ଅଁଳାରେ ଭିଟାମିନ ସି ମଧ୍ୟ ଭରପୁର ରହିଥାଏ । 

  • Tags:

Subscribe

National International State Sports Entertainment