ଏଥର ଖରାଦିନେ ଘରେ ପ୍ରସ୍ତୁତ କରନ୍ତୁ ଦହି ବାଇଗଣ
Khabar Odisha:Lifestyle-Odisha-Crud-bringel-recipe
ଭୁବନେଶ୍ୱର, ମାର୍ଚ୍ଚ ୦୯(ଖବର ଓଡ଼ିଶା):

ଖରାଦିନ ଆରମ୍ଭ ହୋଇଗଲାଣି । ଅସହ୍ୟ ଗରମ ଯୋଗୁଁ  ଖରା ସମୟରେ ଅଧିକ ଖାଦ୍ୟ କିମ୍ବା ଶୁଖିଲା ଭଜା ତରକାରୀ ଆଉ ଭଲ ଲାଗୁନି । ତେଣୁ ଲୋକେ ପାନୀୟଯୁକ୍ତ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଦହି ବାଇଗଣ  ଖାଇବା ପାଇଁ ସୁସ୍ୱାଦୁ ଓ ସହଜରେ ପ୍ରସ୍ତୁତ ରାଯାଇପାରିବ । ତେବେ ଆସନ୍ତୁ ଆଜି ଦହି ବାଇଗଣ ର ପ୍ରସ୍ତୁତି କିପରି କରାଯାଏ ଜାଣିବା ..

ସାମଗ୍ରୀ :

ବାଇଗଣ – ୩୦୦ ଗ୍ରାମ

ଦହି – ୨୫୦ ଗ୍ରାମ

ଶୁଖିଲା ଲଙ୍କା – ୨ ଟି

କଞ୍ଚା ଲଙ୍କା – ୨ଟି

ଭୃଷଙ୍ଗ ପତ୍ର – ୮-୧୦ଟି

ଲଙ୍କା ଗୁଣ୍ଡ – ଅଧା ଚାମଚ

ପଂଚ ଫୁଟଣ – ଅଧା ଚାମଚ

ତେଲ – ୨ ଟେବୁଲ ଚାମଚ

ଲୁଣ – ସ୍ୱାଦ ଅନୁସାରେ

ଭଜା ଜୀରା ଓ ଲଙ୍କା ଗୁଣ୍ଡ – ୧/୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ବାଇଗଣକୁ ଫାଳ ଫାଳ କରି କାଟନ୍ତୁ । ଏଥିରେ ଅଳ୍ପ ହଳଦୀ ଓ ଲୁଣ ଗୋଳାଇ ଅଲଗା କରି ରଖନ୍ତୁ । ଗୋଟିଏ ପାତ୍ରରେ ଦହି, ଲୁଣ ପକାଇ ରଖନ୍ତୁ ।ଗ୍ୟାସ ଅନ କରି କଢେଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ କଟା ହୋଇଥିବା ବାଇଗଣକୁ ଭଲ ଭାବରେ ଛାଣି ନିଅନ୍ତୁ । ଏହାକୁ ଅଲଗା ପାତ୍ର ରେ କାଢି ରଖନ୍ତୁ । ଏକ ଛୋଟ କଢେଇରେ ଏକ ଚାମଚ ତେଲ ନେଇ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ପଂଚ ଫୁଟଣ, ଭୃଷଙ୍ଗ ପତ୍ର, ଶୁଖିଲା ଲଙ୍କା ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ ଓ ପରେ ଏହାକୁ ନେଇ ପାତ୍ରରେ ରଖା ଯାଇଥିବା ଦହିରେ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାପରେ ଛଣା ହୋଇଥିବା ବାଇଗଣକୁ ଦହିରେ ପକାଇ ଦିଅନ୍ତୁ । ଜୀରା ଓ ଶୁଖିଲା ଲଙ୍କା ଭାଜି ଗୁଣ୍ଡ କରି ଦହି ବାଇଗଣ ଉପରେ ପକାଇ ଗୋଳାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଖାଦ୍ୟ ଦହି ବାଇଗଣ ।

Subscribe

National International State Sports Entertainment