ରକ୍ତହୀନତାରୁ ଦୁର୍ବଳ ଅନୁଭବ କରୁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି ୪ଟି ଜିନିଷ
Khabar Odisha:Lifestyle-Odisha-4-nutrient-food-to-increase-blood
ଭୁବନେଶ୍ୱର, ଡିସେମ୍ବର ୨୫(ଖବର ଓଡ଼ିଶା):

ଆଜିକାଲିର ଏହି ବ୍ୟସ୍ତବହୁଳ ଜୀବନରେ ନିଜ ଶରୀର ଓ ଖାଦ୍ୟପାନୀୟ ପ୍ରତି କେହି ଧ୍ୟାନ ଦେଇପାରନ୍ତି ନାହିଁ । ତେବେ ବେଳେ ବେଳେ କାମ କରୁ କରୁ ଆପଣଙ୍କୁ ଥକ୍କା ଅନୁଭବ ହେଉଥିବ । ତେବେ ତାହାର ବଡ଼ କାରଣ ରକ୍ତହୀନତା ହୋଇଥାଏ । 

ରକ୍ତହୀନତା କାରଣରୁ ଶରୀର ଦୁର୍ବଳ ଲାଗିଥାଏ । ତେବେ ଏହି ଦୁର୍ବଳତା ଦୂର କରିବା ସହ ଶରୀରରେ ରକ୍ତର ପରିମାଣ ବଢାଇବାକୁ ପାଳଙ୍ଗ ଶାଗ, ବିଟ, ଡାଳିମ୍ବ, ଖଜରା ନିଜ ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ । 

ପାଳଙ୍ଗ ଶାଗ: ଆଇରନ, ଭିଟାମିନ ବି ୧୨ ଓ ଫ୍ଲୋଲିକ ଏସିଡ଼ ଭରପୁର ଥିବା ପାଳଙ୍ଗ ଶାଗ ରକ୍ତହୀନତା ସମସ୍ୟା ଦୂର କରିଥାଏ । ଦିନକୁ ଥରେ ପାଳଙ୍ଗ ଶାଗ ରସ ପିଇବା ଦ୍ୱାରା ଶରୀରରୁ ଦୁର୍ବଳତା କମ ହୋଇଥାଏ । ଆପଣ ଏଥିରେ ଚିନି କିମ୍ବା ମହୁ ବ୍ୟବହାର କରି ପିଇପାରିବେ । 

ବିଟ: ଆଇରନ, ଫାଇବର ଓ କ୍ୟାଲସିୟମ ଆଦି ତତ୍ତ୍ୱରେ ଭରପୁର ଥିବା ବିଟ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବଢିଥାଏ । ଆପଣ ବିଟ ଓ ଗାଜରର ଜୁସ ମଧ୍ୟ ପିଇପାରିବେ । 

ଡାଳିମ୍ବ: ସ୍ୱାଦ ସହ ଶରୀର ପାଇଁ ଅତିଉପକାରୀ ହୋଇଥାଏ ଡାଳିମ୍ବ । ରକ୍ତହୀନତା ଦୂର କରିବା ପାଇଁ ଡାଳିମ୍ବ ରସ ପିଅନ୍ତୁ । ଆପଣ ଡାଳିମ୍ବ ରସରେ ମହୁ ଓ ଡାଲଚିନି ପାଉଡ଼ର ଅଳ୍ପ ମିଶାଇ ମଧ୍ୟ ପ୍ରତିଦିନ ସେବନ କରିପାରିବେ । 

ଖଜରା: ଖଜରା ଶରୀର ପାଇଁ ଅତି ଲାଭଦାୟକ । ତେଣୁ ପ୍ରତିଦିନ ରାତିରେ ୨ଟି ଖଜରା କ୍ଷୀରରେ ଭିଜାଇ ଖାଆନ୍ତୁ ।

  • Tags:

Subscribe

National International State Sports Entertainment