ଭୁବନେଶ୍ୱର, ଫେବୃଆରୀ ୧୪(ଖବର ଓଡ଼ିଶା): ଆଜି ଭ୍ୟାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ । ଚାରିଆଡେ ଖାଲି ପ୍ରେମର ବାସ୍ନା । ପାର୍କ ଠୁ ନେଇ ରେଷ୍ଟୁରାଣ୍ଟ ଓ ସିନେମା ହଲ ଆଜି ସବୁଠି ପ୍ରେମୀ ଯୁଗଳଙ୍କ ଭିଡ ।
ନିକଟରେ ପୁରା ଭ୍ୟାଲେଣ୍ଟାଇନ୍ ସପ୍ତାହ ଶେଷ ହୋଇଛି । ରୋଜ୍ ଡେ ଠାରୁ ଆରମ୍ଭ କରି କିସ୍ ଡେ ସବୁ ତଥାକଥିତ ପରମ୍ପରା ପାଳନ ହେବା ପରେ ଆଜି ଆସିଛି ଭ୍ୟାଲେଣ୍ଟାଇନ୍ସ ଡେ । ଯାହାକୁ ନେଇ ପ୍ରେମୀ ଯୁଗଳଙ୍କ ମନରେ ଉତ୍ସାହ କହିଲେ ନସରେ ।
ତେବେ କରୋନା ପୂର୍ବର ଭ୍ୟାଲେଣ୍ଟାଇନ୍ସ ଡେ ଆଉ ଆଜିର ଭ୍ୟାଲେଣ୍ଟାଇନ୍ସ ଡେ ଭିତରେ ଅନେକ ଫରକ୍ ରହିଛି । କରୋନା ସମୟରେ ସବୁ କିଛି ବନ୍ଦ ରହିଥିଲା ନିଜ ମନର ମଣିଷ ପାଖରେ ପହଞ୍ଚିବାର ଏକ ମାତ୍ର ଉପାୟ ଥିଲା ସୋସିଆଲ ମିଡିଆ ଯାହା ଏବେ ଆଜି ବି ବଡ଼ ମାଧ୍ୟମ ହୋଇ ରହିଛି ।
ଏବେ କରୋନା କହର ସାମନ୍ୟ ହ୍ରାସ ପାଇଛି ସବୁ କିଛି ପୁଣି ସ୍ୱାଭାବିକ୍ ହୋଇଛି ମାତ୍ର ଏବେ ଭ୍ୟାଲେଣ୍ଟାଇନ୍ ଡେ ସେଲିବ୍ରେସନ୍ କରିବାକୁ ପାର୍କ, ରେଷ୍ଟୁରାଣ୍ଟ ଆଦିରେ ପୂର୍ବ ଭଳି ଭିଡ ଦେଖିବାକୁ ମିଳୁନାହିଁ ।
କାହିଁକି ନା ଆଜିକାଲି ସବୁ କିଛି ସୋସିଆଲ ମିଡିଆରେ ହିଁ ହୋଇଯାଉଛି । ଆଜି କପୁଲ୍ସ ମାନେ ଭର୍ଚୁଆଲ ଡେଟ୍ରେ ପ୍ରେମ ସପ୍ତାହ ପାଳନ କରୁଛନ୍ତି ଆଉ ମହଙ୍ଗା ଉପହାର ନୁହେଁ ସୁନ୍ଦର ସୁନ୍ଦର ମିମ୍ରେ ଆଉ ଭର୍ଚୁଆଲ କାର୍ଡରେ ଜାହିର ହେଉଛି ପ୍ରେମ ।
ତେବେ ସେ ଯାହା ବି ହେଉ ପ୍ରେମ ସପ୍ତାହ ପାଳନ କରିବାର ମାଧ୍ୟମ ବଦଳିଛି ସତ ମାତ୍ର ପ୍ରେମୀ ଯୁଗଳଙ୍କ ମଧ୍ୟରେ ଉତ୍ସାହ ସେହି ସମାନ ରହିଛି ।