ରାତି ପାହିଲେ ନବବର୍ଷ | ଆଉ ମାତ୍ର କିଛି ଘଣ୍ଟା ପରେ ବିଦାୟ ନେବା ପୁରୁଣା ବର୍ଷ 2022 | ଗାଁ ଠୁ ସହର ସମସ୍ତଙ୍କ ମନରେ ସେଲିବ୍ରେସନ୍ ର ମୁଡ୍ | 2022 ର କାହାଣୀକୁ ସ୍ମୃତିରେ ସାଇତି ନବବର୍ଷ 2023କୁ ସ୍ୱାଗତ ଅପେକ୍ଷାରେ ଯୁବପିଢ଼ି | ଦୁଇବର୍ଷ ପରେ କୋଭିଡ କଟକଣା କୋହଳ ହୋଇଥିବାରୁ ଏଇବର୍ଷ ଖୁବ୍ ଧୂମଧାମ୍ ରେ ପାଳନ ହେବ ନୂଆବର୍ଷ | ସେଥିପାଇଁ ଟ୍ୱିନସିଟିରେ କରାଯାଇଛି ବ୍ୟାପକ ପ୍ରସ୍ତୁତି | ହୋଟେଲ, କ୍ଲବ,ପପ୍ ଆଦି ମାନଙ୍କରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ କେବଳ ଅପେକ୍ଷା ରାତି 12 କୁ | କେଉଁଠି ଜିରୋ ନାଇଟ୍ ସେଲିବ୍ରେସନ୍ ତ ପୁଣି କେଉଁଠି ଭୋଜିଭାତର ଆସର ଆଉ ତ ପୁଣି କିଏ ନେଉଛି ପିକନିକ ର ମଜା | କିନ୍ତୁ ଏସବୁରେ ସୀମିତ ରହିବନି ନୂଆବର୍ଷ | ରାତି 12ତା ହେବ ମାତ୍ରେ କେକ କାଟି , ବାଣ ଫୁଟାଇ ଆଉ ନାଚଗୀତରେ ଆସର ମେଲେଇ ସ୍ୱାଗତ କରାଯିବ ନବବର୍ଷ 2023 କୁ | ଆଉ ନବବର୍ଷ କୁ ଦୃଷ୍ଟିରେ ରଖି ଫୁଲ ରୁ ନେଇ କାର୍ଡ ଆଉ ତାଉପରେ ମିଠା, କେକ୍, ବାଣ, ଚକୋଲେଟ ଦୋକାନ ମାନଙ୍କରେ ମଧ୍ୟ କରାଯାଇଛି ବ୍ୟାପକ ପ୍ରସ୍ତୁତି |
ରାଜଧାନୀ ଭୁବନେଶ୍ୱର ସହ କଟକରେ ମଧ୍ୟ ବିଭିନ୍ନ ହୋଟେଲ୍ ଏବଂ କ୍ଲବ୍ରେ ଜିରୋ ନାଇଟ୍ ସେଲିବ୍ରେସନ ଲାଗି ବଡ଼ ଧରଣର ଆୟୋଜନ କରାଯାଉଛି । ଏଥିପାଇଁ ଓଡ଼ିଶାର ସେଲିବ୍ରିଟି ମାନଙ୍କ ସହ ଓଡ଼ିଶା ବାହାରୁ ଆସିଛନ୍ତି ବହୁ ନାମୀଦାମୀ କଣ୍ଠଶିଳ୍ପୀ, ଅଭିନେତା ଓ ଅଭିନେତ୍ରୀ । ଆଉ ସେପଟେ ସଜାଗ ହେଇଛି କମିଶନରେଟ ପୋଲିସ | ସହରର ପ୍ରମୁଖ ଛକ, ହୋଟେଲ, ବାର, ରେଷ୍ଟୁରାଣ୍ଟ, କ୍ଲବ ଆଦି ମାନଙ୍କରେ କମିସନରେଟ ପୋଲିସ ତରଫରୁ ଚାଲିଛି ଜୋରଦାର ଚେକିଂ ଆଣ୍ଡ ବ୍ଲକିଂ | କୌଣସି ଅପ୍ରୀତିକର ପରିସ୍ଥିତି ଘଟିବା ପୂର୍ବରୁ ପୋଲିସ ସଜାଗ ରହିଛି | ଏବେ କେବଳ ଅପେକ୍ଷା ରାତି 12 ଆଉ ଆସନ୍ତା ନବବର୍ଷ |