ଗାନ୍ଧୀନଗର: ଗୁଜରାଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କାରେ ୨ଟି ସିଂହ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଅମରେଲୀ ଜିଲ୍ଲାର ଲିଲିଆ ନିକଟ ହାତୀଗଡ଼-ଭେସନ ଜଙ୍ଗଲ ଭିତରେ ଦେଖିବାକୁ ମିଳିଛି। ଦୁଇଟି ସିଂହ ଦୁର୍ଘଟଣାର ସମ୍ମୁଖୀନ ହେଲା ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ପାସେଞ୍ଜର ଟ୍ରେନ୍କୁ ୧ ଘଣ୍ଟା ଯାଏଁ ଅଟକାଇଥିଲେ। ରେଳବାଇର ବରିଷ୍ଠ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କଳା ପରେ ଟ୍ରେନ୍ଟି ପୁଣି ଏହାର ଗନ୍ତବ୍ୟ ପଥରେ ଆଗକୁ ବାହାରିଛି।
କିଛି ଦିନ ହେଲା ଗୁଜରାଟରେ ବର୍ଷା ହେଉଛି। ଏହି କାରଣରୁ ଜଙ୍ଗଲରେ ବନ୍ୟପ୍ରାଣୀମାନେ ଚଳପ୍ରଚଳ କରୁଛନ୍ତି। ପ୍ରବଳ ବର୍ଷା କାରଣରୁ ହୋଇଥିବା ମହୁୱା-ସୁରତ ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାର ସାମ୍ନା କରିଛନ୍ତି ୨ଟି ସିଂହ। ପଶୁରାଜ ସିଂହ ୨ଟି ଆହତ ହୋଇଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି।
ଏହି ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା। ଆହତ ୨ ସିଂହଙ୍କୁ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ବିଶେଷଜ୍ଞ ବନ୍ୟପ୍ରାଣୀ ଚିକିତ୍ସକଙ୍କ ପାଖକୁ ପଠାଇଛି। ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆହତ ସିଂହଗୁଡ଼ିକର ଚିକିତ୍ସା ଜାରି ରହିଛି।