ଅବୁଜା: ଅକ୍ଟୋବର ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ନାଇଜେରିଆର ଉତ୍ତର ରାଜ୍ୟ ଜିଗାୱାରେ ଏକ ଇନ୍ଧନ ଟ୍ୟାଙ୍କର ଓଲଟି ପଡ଼ିଛି। ସୂଚନା ଅନୁଯାୟୀ, ଗାଡ଼ି ଚଳାଉଥିବା ଚାଳକ ନିୟନ୍ତ୍ରଣ ହରାଇଥିଲେ। ଟ୍ୟାଙ୍କରଟି ଓଲଟି ପଡ଼ିବା ପରେ ସେଥିରେ ଭର୍ତ୍ତି ହୋଇଥିବା ଇନ୍ଧନ ଭୃପୃଷ୍ଠରେ ବ୍ୟାପିଯାଇଥିଲା, ଯାହା ପରେ ସେଠାରେ ବିସ୍ଫୋରଣ ହୋଇଥିଲା।
ଏକ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୧୪୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟିବା ପରେ ପୁଲିସ ଓ ରାଜ୍ୟ ଜରୁରୀକାଳୀନ ସେବା ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି।
ବ୍ୟାପକ ନିରାପତ୍ତା ବିପଦ ଏବଂ ଜୀବନଧାରଣ ଖର୍ଚ୍ଚର ସମ୍ମୁଖୀନ ହେଉଥିବା ଆଫ୍ରିକାର ସବୁଠାରୁ ଜନବହୁଳ ରାଷ୍ଟ୍ରରେ ଏହି ଦୁର୍ଘଟଣା ସାମ୍ପ୍ରତିକ ସମୟର ସବୁଠାରୁ ଭୟଙ୍କର ଦୁର୍ଘଟଣା।
ସ୍ଥାନୀୟ ପୁଲିସ ମୁଖପାତ୍ର ଲୱାନ୍ ଶିସୁ ଆଡାମ୍ ଏଏଫ୍ ପିକୁ କହିଛନ୍ତି, ଟ୍ୟାଙ୍କରଟି ପ୍ରାଚୀନ ସହର କାନୋରୁ ଉତ୍ତର ଦିଗରେ ୟୋବେ ଷ୍ଟେଟ୍ ଅଭିମୁଖେ ଯାଉଥିଲା। ରାଜଧାନୀ ଅବୁଜାଠାରୁ ପ୍ରାୟ ୫୩୦ କିଲୋମିଟର ଉତ୍ତରରେ, ତଉରା ସ୍ଥାନୀୟ ସରକାରୀ ଅଞ୍ଚଳର ମାଜିଆ ସହର ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା ଏବଂ ଇନ୍ଧନ ଢାଳିଥିଲା।
ଅଧିକ ପଢ଼ନ୍ତୁ: ବିଜୟ ଯୋଜନା ଘୋଷଣା କଲେ ଜେଲେନସ୍କି