ନୂଆଦିଲ୍ଲୀ: ଦେଶ ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସବୁ ପ୍ରମୁଖ ଅର୍ଥନୀତି ମଧ୍ୟରେ ଆମର ଅର୍ଥନୀତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଗତ ୧୦ ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ୍ ରେକର୍ଡ ଏବଂ ଢାଞ୍ଚାଗତ ସଂସ୍କାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏହି ସମୟ ମଧ୍ୟରେ ଭାରତର ସାମର୍ଥ୍ୟ ଓ ସମ୍ଭାବନା ଉପରେ ବିଶ୍ୱାସ ବୃଦ୍ଧି ପାଇଛି। ଆଗାମୀ ୫ ବର୍ଷକୁ ଆମେ ସମସ୍ତ କ୍ଷେତ୍ରରେ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଏବଂ ସନ୍ତୁଳିତ ବିକାଶକୁ ପ୍ରୋତ୍ସାହିତ କରିବାର ଏକ ଅନନ୍ୟ ସୁଯୋଗ ଭାବରେ ଦେଖୁଛୁ।
କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଏକ ବିକଶିତ ଭାରତ ପାଇଁ କେନ୍ଦ୍ର ସରକାର ଏହି ବଜେଟ୍ ଆଣିଛନ୍ତି। ଆମ ଅର୍ଥନୀତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଗରିବ, ଯୁବକ, କୃଷକ ଓ ମହିଳାଙ୍କର ବିକାଶ ହେଉଛି। ଭାରତର ଅର୍ଥନୀତିକୁ ଏକ ନୂତନ ଗତି ମିଳିଛି। ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ମିଳୁଛି।
ଦେଶକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ଆମକୁ ରାଜ୍ୟମାନଙ୍କ ସହ ମିଶି କାମ କରିବାକୁ ପଡିବ। ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆମର ଫୋକସ ରହିଛି। ବଜେଟରେ ରପ୍ତାନି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।
ସେହିପରି ଖେଳନା ଉତ୍ପାଦନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ହେବ। ଏଥିପାଇଁ ଏକ ଯୋଜନା ଆରମ୍ଭ କରାଯିବ। ଏ ସଂପର୍କିତ ଇକୋସିଷ୍ଟମର ବିକାଶ ଉପରେ ଗୁରୁତ୍ୱ ଦିଆଯିବ, ଯାହା ଦ୍ୱାରା ଉଚ୍ଚମାନର ପରିବେଶ ଅନୁକୂଳ ଖେଳନା ଉତ୍ପାଦନ ହେବ ବୋଲି ସେ କହିଛନ୍ତି।
ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ଏମଏସଏମଇ କ୍ଷେତ୍ରର ବିକାଶ ହେଉ। ୧କୋଟିରୁ ଅଧିକ ପଞ୍ଜିକୃତ ଏମଏସଏମଇ ଉଦ୍ୟୋଗ ଅଛନ୍ତି। କୋଟିକୋଟି ଲୋକଙ୍କ ନିଯୁକ୍ତି ଏହା ସହିତ ଜଡିତ। ଏହା ଭାରତକୁ ଏକ ଉତ୍ପାଦନ ମୁଖ୍ୟ କରିଥାଏ। ଆମେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରିବୁ"