ମେଲବର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି) ୨୦୨୪-୨୫ ଅଧୀନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଗତ ୨୬ ତାରିଖ ଠାରୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ରେ ଖେଳାଯାଉଛି। ଘରୋଇ ଦଳ ଏହି ମୁକାବିଲାର ପ୍ରଥମ ପାଳିରେ ୪୭୪ ରନ୍ ସଂଗ୍ରହ କରିଥିବା ବେଳେ ଅତିଥି ଟିମ୍ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ତୃତୀୟ ଦିନରେ ଶନିବାର ୭ୱିକେଟ୍ ହରାଇ ୨୯୪ ରନ୍ ସଂଗ୍ରହ କରିଛି। ଯୁବ କ୍ରିକେଟ୍ର ନୀତିଶ କୁମାର ରେଡ୍ଡୀ ଓ ୱାଶିଂଟନ୍ ସୁନ୍ଦର କ୍ରିଜ୍ରେ ଅଛନ୍ତି।
ଭାରତ ବିପର୍ଯ୍ୟୟ ଆଡ଼କୁ ଗତି କରୁଥିବା ବେଳେ ୱାଶିଂଟନ ସୁନ୍ଦରଙ୍କ ସହିତ ନୀତିଶ ରେଡ୍ଡୀ ଉପସ୍ଥିତ ବୁଦ୍ଧି ଲଗାଇ ବ୍ୟାଟିଂ କରିଛନ୍ତି। ସେମାନେ ଏକ ଲୟରେ ବ୍ୟାଟିଂ କରିଥିବାରୁ ଭାରତ ଫଲୋଅନ୍ରୁ ବର୍ତ୍ତି ଯାଇଛି। ନୀତିଶ କୁମାର ରେଡ୍ଡୀ ଟେଷ୍ଟ କ୍ୟାରିୟରରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ପରେ ସେ ଚଳଚ୍ଚିତ୍ର ‘ପୁଷ୍ପା’ ଶୈଳୀରେ ସେ ଉତ୍ସବ ପାଳନ କରିଛନ୍ତି। ନୀତୀଶ ୮୪ ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଅଷ୍ଟ୍ରେଲିଆର ପ୍ରଥମ ପାଳିର ଜବାବରେ ଭାରତର ଯଶସ୍ବୀ ଜୟସ୍ବାଲ ୮୨ ରନ୍ କରିଥିବା ବେଳେ ରୋହିତ ଶର୍ମା ୩ ରନ୍, କେଏଲ୍ ରାହୁଲ ୨୪ ରନ୍, ବିରାଟ କୋହଲି ୩୬ ରନ୍, ଋଷଭ ପନ୍ତ ୨୮ ରନ୍ ଓ ରବୀନ୍ଦ୍ର ଜାଦେଜା୧୭ ରନ୍ କରିଥିଲେ।
ଅଧିକ ପଢ଼ନ୍ତୁ: ୧୪୭ ବର୍ଷ ପରେ ଇତିହାସ ରଚିଲେ ପଦାର୍ପଣ କରିଥିବା ଏହି ଖେଳାଳି