ଲଦାଖ: ଭାରତ ଏବେ ପୁଣି ଥରେ ଚାଇନାକୁ ନିଜ ଶକ୍ତି ଦେଖାଇଛି । ଲଦାଖ ସୀମାରେ ୧୪ହଜାର ଫୁଟ ଉଚ୍ଚରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ଭାରତୀୟ ସେନା । ଶିବାଜୀଙ୍କ ଏହି ପ୍ରତିମା ପାଙ୍ଗୋଙ୍ଗ ସୋ ହଦ୍ରକୂଳରେ ସ୍ଥାପନ କରାଯାଇଛି ।
ଲଦାଖର କିଛି ଅଞ୍ଚଳ ନେଇ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ରହିଛି। ଏଭଳି ପରିସ୍ଥିତିରେ ଭାରତ ଲଦାଖଠାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରି ଚାଇନାକୁ ଏକ ଦୃଢ ବାର୍ତ୍ତା ଦେଇଛି। ଭାରତର ଏହି ପଦକ୍ଷେପକୁ ଏହାର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ରକ୍ଷା କରିବାର ସଂକଳ୍ପର ପ୍ରତୀକ ଭାବରେ ଦେଖାଯାଇପାରେ। ଏଥି ସହିତ ଭାରତ ମଧ୍ୟ ଚାଇନା ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଏହା ଦାବିରୁ ପଛକୁ ଯିବ ନାହିଁ।
ତେବେ ଏହି ଅବସରରେ ଭାରତୀୟ ସେନାର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଫାୟାରଫୁ୍ୟରିକ୍ରପ୍ ଶେୟାର କରିଛି । ଏଥିରେ ଦର୍ଶାଯାଇଛି, ଏହି ପ୍ରତିମୂର୍ତ୍ତି ସାହସିକତା, ଦୂରଦୃଷ୍ଟି ଏବଂ ନିରନ୍ତର ନ୍ୟାୟର ପ୍ରତୀକ ଅଟେ। ଭାରତୀୟ ଶାସକ ଛତ୍ରପତି ଶିବାଜୀ ମହାରାଜ ଅଦୃଶ୍ୟ ସାହସିକତାର ପ୍ରତୀକ, ଯାହାର ଉତ୍ତରାଧିକାରୀ ପିଢି ପରେ ପିଢି ପ୍ରେରଣା ଉତ୍ସ ହୋଇ ରହିଆସିଛି।