ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୪-୨୫ ବୋର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ଆରମ୍ଭ ହୋଇଛି। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ୍ (ଏମ୍ସିଜି ଗ୍ରାଉଣ୍ଡ)ରେ ଏହି ବକ୍ସିଂ ଡେ ଟେଷ୍ଟ୍ ମ୍ୟାଚ୍ରେ ଘରୋଇ ଦଳ ଦ୍ବିତୀୟ ଦିନରେ ଶୁକ୍ରବାର ପ୍ରଥମ ପାଳିରେ ସମସ୍ତ ୱିକେଟ୍ ହରାଇ ୪୭୪ ରନ୍ ସଂଗ୍ରହ କରିଛି। ଏଥିରେ ଷ୍ଟିଭେନ୍ ସ୍ମିଥଙ୍କ ଶତକ ସାମିଲ ରହିଛି। ସେହିପରି ସାମ୍ ଙ୍କୋଷ୍ଟାସ୍, ଉସମାନ ଖୱାଜା ଓ ମାନର୍ସ ଲାବୁସାନଙ୍କ ଅର୍ଦ୍ଧଶତକ ରହିଛି।
ଭାରତ ପକ୍ଷରୁ ପ୍ରଥମ ପାଳିରେ ଦ୍ରୁତବୋଲର ଯଶପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ସ୍ପିନର ରବୀନ୍ଦ୍ର ଜାହେଜାଙ୍କୁ ୩ଟି ୱିକେଟ୍ ମିଳିଛି। ସେହିପରି ଆକାଶ ଦୀପ ଓ ୱାଶିଂଟନ୍ ସୁନ୍ଦର ଯଥାକ୍ରମେ ୨ ଓ ଗୋଟିଏ ୱିକେଟ ନେଇଛନ୍ତି।
ପ୍ରଥମ ଦିନରେ ଗୁରୁବାର ଅଷ୍ଟ୍ରେଲିଆ ପ୍ରଥମ ୨ଟି ଅଧିବେଶନରେ ବିସ୍ଫୋରକ ବ୍ୟାଟିଂ କରିଥିଲା। ଫଳରେ ସ୍କୋର ଭଲସ୍ଥିତିରେ ପହଞ୍ଚି ଥିଲା। କିନ୍ତୁ ତୃତୀୟ ଅଧିବେଶନରେ କଙ୍ଗାରୁ ଦଳର ଖେଳାଳିମାନେ ବିପର୍ଯ୍ୟର ସାମ୍ନା କରିଥିଲେ। ଯଶପ୍ରୀତ ବୁମରାଙ୍କ ବଲକୁ ସାମ୍ନା କରି ନପାରି ଟ୍ରାଭିସ୍ ହେଡ ଶୂନ୍ୟ ରନ୍ରେ ପାଭିଲିଅନ୍ ଫେରିଥିଲେ। ମିଚେଲ ମାର୍ସ ମାତ୍ର ୪ ରନ୍ ସଂଗ୍ରହ କରିଥିଲେ।
ଅଷ୍ଟ୍ରେଲିଆର ପ୍ରଥମ ପାଳିରେ ଷ୍ଟିଭ୍ ସ୍ମିଥ୍ଙ୍କର ସର୍ବୋଚ୍ଚ ସ୍କୋର ୧୪୦ ରନ୍ ରହିଛି। ସେ ୧୩ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସାମ୍ ଙ୍କୋଷ୍ଟାସ ୬୦ ରନ୍, ଉସମାନ ଖୱାଜା ୫୭ ରନ୍, ମାର୍ନସ ଲାବୁସାନ ୭୨ ରନ୍, ପେଟ୍ କମିନ୍ସ ୪୯ ରନ୍, ଆଲେକ୍ସ କେରି ୩୧, ମିଚେଲ ଷ୍ଟାର୍କ ୧୫ ରନ୍ ଓ ନାଥନ ଲାୟନ ୬ ରନ୍ କରିଥିଲେ।
ଅଧିକ ପଢ଼ନ୍ତୁ: ହିନ୍ଦୁ ଆମେରିକୀୟମାନେ ଆରମ୍ଭ କଲେ ସଚେତନତା ଅଭିଯାନ