ସିଡ୍ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ ଜାରି ରହିଛି। ଜାନୁଆରୀ ୩ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ତୃତୀୟ ଦିନରେ ରବିବାର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଘରୋଇ ଦଳ ଦ୍ବିତୀୟ ପାଳିରେ ୭୧ ରନ୍ ସଂଗ୍ରହ କରି ୩ଟି ୱିକେଟ୍ ହରାଇଛି। ଫଳରେ ଭାରତ ବିପକ୍ଷରେ ଏହି ମ୍ୟାଚ୍ ଜିତିବା ପାଇଁ ୯୧ ରନ୍ ଦରକାର କରୁଛି।
ବର୍ଡର-ଗାଭାସ୍କର ସିରିଜ ଅଧୀନରେ ଖେଳାଯାଉଥିବା ଏହି ଗ୍ରାଉଣ୍ଡର ପିଚ୍ ବୋଲରମାନଙ୍କୁ ବହୁତ ସାହାଯ୍ୟ କରୁଛି। ପ୍ରଥମ ଦୁଇ ଦିନରେ ୨୬ ଟି ୱିକେଟ୍ ପଡ଼ିଥିଲା। ତୃତୀୟ ଦିନ ମଧ୍ୟାହ୍ନ ଭୋଜନ ସୁଦ୍ଧା ୭ ଜଣ ଖେଳାଳି ଆଉଟ୍ ହୋଇସାରିଛନ୍ତି। ଭାରତୀୟ ବୋଲର ପ୍ରସିଦ୍ଧ କୃଷ୍ଣ ଭାରତକୁ ତୃତୀୟ ସଫଳତା ଦେଇଛନ୍ତି। ଷ୍ଟିଭ୍ ସ୍ମିଥ୍ଙ୍କୁ ସେ ମାତ୍ର ୪ ରନ୍ କରିବାକୁ ସୁଯୋଗ ଦେଇଥିଲେ। ତାଙ୍କ କ୍ୟାଚ୍ ଯଶସ୍ୱୀ ଜୟସ୍ୱାଲଙ୍କ ହାତରେ ଧରାପଡ଼ିଥିଲା।
୫୨ ରନ୍ରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଓ୍ଵିକେଟ୍ ହରାଇଥିଲା। ପ୍ରସିଦ୍ଧ କ୍ରିଷ୍ଣା ମାର୍ନସ ଲାବୁସାନେଙ୍କୁ ୬ ରନ୍ରେ ଆଉଟ୍ କରିଥିଲେ। ସେହିପରି ୧୬୨ ରନ୍ର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୩୯ ରନ୍ରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ସାମ୍ କନ୍ଷ୍ଟାସ୍ ୨୨ ରନ୍ କରି ଆଉଟ୍ ହୋଇଥିଲେ।
ସୂଚନାଯୋଗ୍ୟ, ସିଡନୀ ଟେଷ୍ଟର ତୃତୀୟ ଦିନରେ ଭାରତର ଦ୍ୱିତୀୟ ଇନିଂସ ୧୫୭ ରନରେ ସୀମିତ ରହିଥିଲା। ତୃତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସ୍କୋରବୋର୍ଡରେ ମାତ୍ର ୧୬ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲେ। ଏହି ଇନିଂସରେ ସ୍କଟ ବୋଲାଣ୍ଡ ମୋଟ ୬ଟି ୱିକେଟ୍ ନେଇଥିଲେ। ଭାରତ ପ୍ରଥମ ପାଳିରେ ୧୮୫ ଓ ଅଷ୍ଟ୍ରେଲିଆ ୧୮୧ ରନ୍ ସଂଗ୍ରହ କରିଥିଲା।