ବୋଗୋଟା: କଲମ୍ବିଆର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା କ୍ର୍ୟୁ ମେମ୍ବରଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି ପାସିଫିଆ ଟ୍ରାଭେଲର ଥିଲା ବୋଲି ଜଣାପଡ଼ିଛି । ଏ ନେଇ କଲମ୍ବିଆ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏଣ୍ଟିଓକ୍ୱିୟାର ବିପଦ ପରିଚାଳନା ବିଭାଗର ନିର୍ଦ୍ଦେଶକ କାର୍ଲୋସ୍ ରିୟୋସ୍ ପୁଏର୍ଟାଙ୍କ ସୂଚନା ମୁତାବକ, ଗତ ବୁଧବାର ପାସିଫିଆ ଟ୍ରାଭେଲର ଗୋଟେ ବିମାନ ଜୁରାଡୋରୁ ମେଡେଲିନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ସେଥିରେ ୨ କ୍ର୍ୟୁ ମେମ୍ବର ଓ ୮ ଜଣ ଯାତ୍ରୀ ଥିଲେ । ଏହା ପରେ କଲମ୍ବିଆର ଉତ୍ତର-ପଶ୍ଚିମରେ ଥିବା ଉରାଓ ମ୍ୟୁନିସିପାଲଟି ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଫଳରେ ବିମାନରେ ସମସ୍ତ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ବିମାନରେ କେହି ବଞ୍ଚି ନ ଥିବ ଜଣାଯାଇଛି । ଏ ନେଇ ଅନ୍ତରାଷ୍ଟ୍ରୀୟ ନ୍ୟୁଜ୍ ଏଜେନ୍ସି ଜିହ୍ନୁଆରେ ଖବର ପ୍ରକାଶ ପାଇଛି ।
ପାଣିପାଗ ଖରାପ ଥିବାରୁ ଶବ ଗୁଡ଼ିକ ଉଦ୍ଧାର କରିବାରେ ବିଳମ୍ବ ହେଉଛି । ଉଦ୍ଧାର କାର୍ଯ୍ୟରେ ୩୭ ଜଣଙ୍କୁ ନିୟୋଜିତ କରାଯାଇଥିବା ନେଇ ନିର୍ଦ୍ଦେଶକ କହିଛନ୍ତି । ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ପୀଡ଼ିତ ପରିବାରଙ୍କ ସମସ୍ତେ ଅଛନ୍ତି ବୋଲି କହିଛନ୍ତି ପାସିଫିକ୍ ଟ୍ରାଭେଲ ତରଫରୁ କୁହାଯାଇଛି ।