ଜାପାନର ପ୍ରଥମ ମୁନ ଲ୍ୟାଣ୍ଡର ପୃଥିବୀରୁ ପଠାଯାଇଥିବା ଏକ ସଂକେତର ପ୍ରତିକ୍ରିୟା ଦେଇଛି । ଏଥିରୁ ଜଣ ପଡିଛି କି ଏହା ସପ୍ତାହର ଦ୍ଵିତୀୟ ଚନ୍ଦ୍ର ରାତ୍ରିରୁ ମଧ୍ୟ ବଞ୍ଚି ଯାଇଛି । ଏହି ସୂଚନା ଦେଇ ଜାପାନର ସ୍ପେସ୍ ଏଜେନ୍ସି ଯାକ୍ସା ଏହାକୁ ଏକ ଚମତ୍କାର ବୋଲି କହିଛି । ଜାନୁଆରୀ ୨୦ ରେ, ଜାପାନର ମାନବ ବିହୀନ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ (ସ୍ଲିମ) ଚନ୍ଦ୍ର ଉପରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଥିଲା । ଏହା ସହିତ ଜାପାନ ଚନ୍ଦ୍ରରେ ଅବତରଣ କରିଥିବା ପଞ୍ଚମ ଦେଶ ହୋଇଥିଲା । ଯାକ୍ସାର ରିପୋର୍ଟ ଅନୁଯାୟୀ ସ୍ଲିମ (ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍) ଚନ୍ଦ୍ରର ଭୁଲ ପୃଷ୍ଟ ଭାଗରେ ପଡିଥିଲା, ଯେଉଁଠାରେ ପ୍ୟାନେଲରେ ସୂର୍ଯ୍ୟ କିରଣ ପହଞ୍ଚିବାରେ ଅସମର୍ଥ ହୋଇଥିଲା । ତେବେ ସୂର୍ଯ୍ୟ କିରଣ ସ୍ଲିମର (ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍) ଅଷ୍ଟମ ଦିନରେ ପହଞ୍ଚିବା ମାତ୍ରେ ଏହା ପୃଥିବୀ ସହିତ ସମ୍ପର୍କ ସ୍ଥାପନ କରିଛି । ଯାହା ଗୋଟିଏ ଚମତ୍କାର ବୋଲି ଯାକ୍ସା ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ : ୫୦ ବର୍ଷ ପରେ ପୁଣି ଜହ୍ନରେ ନାସା