ନୂଆଦିଲ୍ଲୀ: ପହଲଗାମର ପ୍ରତିଶୋଧର ନିଆଁରେ ଜଳୁଥିବା ଭାରତର କଡ଼ା ପଦକ୍ଷେପକୁ ଦେଖିବା ପରେ ଏବେ ଥରହର ହେଲାଣି ପାକିସ୍ତାନ । ପ୍ରଥମେ ମୁହଁ ଟାଣ କରି ଜବାବ ଦେଉଥିବା ପୋଡ଼ଶୀ ଦେଶ ପାକ୍ ମୁଣ୍ଡ ନୁଆଁଇବା ଆରମ୍ଭ କରିଛି । ଆତଙ୍କବାଦୀ ଆକ୍ରମଣ ଭାରତ ସହିତ ନିରପେକ୍ଷ ତଦନ୍ତ କରିବାକୁ ଶେଷରେ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ।
ପାକ୍ ପ୍ରଧାନମନ୍ତ୍ରୀ ସରିଫ୍ ଶନିବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି । କିନ୍ତୁ ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ରଦ୍ଦ କରିବାକୁ ଘୋଷଣା କରିବାକୁ ପାକ୍ ପ୍ରଧାନମନ୍ତ୍ରୀ ପାଲଟା ଚେତାବନୀ ଦେଇଛନ୍ତି । ଶେହବାଜ୍ ସରିଫ୍ ଜଳକୁ "ମହତ୍ୱପୂର୍ଣ୍ଣ, ଜାତୀୟ ସ୍ୱାର୍ଥ" ଭାବରେ ବର୍ଣ୍ଣନା କରି ଜୋର ଦେଇଛନ୍ତି ଯେ ପାକିସ୍ତାନ ପକ୍ଷରୁ ଯେକୌଣସି ହସ୍ତକ୍ଷେପର ଦୃଢ଼ ଜବାବ ଦିଆଯିବ । ଏହି ପ୍ରସଙ୍ଗରେ ପାକିସ୍ତାନର ସଂକଳ୍ପ ବିଷୟରେ କେହି କୌଣସି ଭ୍ରମ ରଖିବା ଉଚିତ୍ ନୁହେଁ । ପାକିସ୍ତାନ ଏହାର ଜଳସମ୍ପଦକୁ କ୍ଷତି ପହଞ୍ଚାଇବାକୁ ଦେବ ନାହିଁ ଏବଂ ଏହାର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ।