ସାର୍କ ସମ୍ମିଳନୀରେ ମୁହାଁମୁହିଁ ହୋଇ ପାରନ୍ତି ମୋଦୀ ଓ ଇମ୍ରାନ, ନେପାଳ ଉଭୟ ଦେଶକୁ ଦେଲା ନିମନ୍ତ୍ରଣ
Khabar Odisha:international-odisha-nepal-gyawali-ready-and-eager-to-hand-over-the-chairmanship-of-nepal-saarc-to-pakistan
କାଠମାଣ୍ଡୁ, ଜାନୁଆରୀ୨୪(ଖବର ଓଡ଼ିଶା):

ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ଵଲି ଶୁକ୍ରବାର କହିଛନ୍ତି ୨୦୧୪ରୁ ସାର୍କର ଅଧ୍ୟକ୍ଷତା କରି ଆସୁଥିବା ନେପାଳ ଏହି ପଦ ପାକିସ୍ତାନୁ ପ୍ରଦାନ କରିବାକୁ ପ୍ରସ୍ତୁତ। ଏହା ସହିତ ସେ ଆଶା ପ୍ରକଟ କରିଛନ୍ତି ଯେ, ଭାରତ ଓ ପାକିସ୍ତାନ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ସହିତ ତିକ୍ତତା ଓ ମତଭେଦକୁ ଦୂର କରି ପାରିବେ। ନେପାଳରେ ହେବାକୁ ଥିବା ସାର୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇମ୍ରାନ ଖାନ ମୁହାଁମୁହିଁ ହୋଇ ପାରନ୍ତି। 

ନେପାଳର ବୈଦେଶିକ ମନ୍ତ୍ରୀ ଭାରତକୁ ଏହି ଭରସା ଦେଇଛନ୍ତି ଯେ, ନେପାଳ ନିଜ ମାଟିର ବ୍ୟବହାର କୌଣସି ପଡ଼ୋଶୀ ଦେଶ ବିରୋଧରେ ହେବାକୁ ଦେବ ନାହିଁ। ନେପାଳ କୌଣସି ପ୍ରକାରେ ରାଜନୈତିକ ଓ କୂଟନୈତିକ ଗତିରୋଧରେ ଅଂଶ ହେବାକୁ ଚାହେଁ ନାହିଁ। ଗ୍ୟାଓ୍ଵଲି ଏଠାରେ ନେପାଳ ବୈଦେଶିକ  ମନ୍ତ୍ରଣାଳୟରେ ସାଗରମାଥା ସମ୍ବାଦ ବିଷୟରେ ଭାରତୀୟ ଗଣମାଧ୍ୟମଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ନେପାଳ ସାର୍କର ଅଧ୍ୟକ୍ଷତା ପଦ ପାକିସ୍ତାନକୁ ହସ୍ତାନ୍ତର କରିବାକୁ ଇଚ୍ଛୁକ ଏବଂ ପ୍ରସ୍ତୁତ ମଧ୍ୟ।

ଗତ ତିନି ବର୍ଷ  ହେବ ଭାରତ ପାକିସ୍ତାନ ସ୍ଥିତ ଆତଙ୍କବାଦ ସଂଗଠନ ଦ୍ଵାରା କ୍ଷେତ୍ରୀୟ ସୁରକ୍ଷା ପ୍ରତି ବିପଦ ରହିଥିବା ଦ୍ଵାହି ଦେଇ ନିଜକୁ ସାର୍କ ସମ୍ମିଳନୀରୁ ଦୂରରେ ରଖିଛି। ପାକିସ୍ତାନ ମଧ୍ୟ ଏହି ସମୂହର ଏକ ଅଂଶ। ଗ୍ୟାଓ୍ଵଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସହିତ ସାର୍କ ଦେଶର ଅନ୍ୟ ସମସ୍ତ ନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ନେପାଳକୁ ସାର୍କର ସଦସ୍ୟ ଦେଶଙ୍କ ନେତୃବୃନ୍ଦଙ୍କୁ ସ୍ଵାଗତ କରିବାରେ ପ୍ରସନ୍ନତା ହେବ କାରଣ ଏହି ସମ୍ମିଳନୀ କ୍ଷେତ୍ରରେ ଉତ୍ପନ ଚ୍ୟାଲେଞ୍ଜ ଉପରେ ଆଲୋଚନା କରି ପାରିବ। ସମସ୍ତ ସାର୍କ ନେତା ସାଗରମାଥାରେ ଉପସ୍ଥିତ  ହେବା ଏକ ମହତ୍ଵପୂର୍ଣ୍ଣ ମୁହୂର୍ତ୍ତ ହେବ। ସାର୍କରେ ହେବାକୁ ଥିବା ଆଲୋଚନାର ନାମ ବିଶ୍ଵର ସବୁଠୁ ଉଚ୍ଚତମ ଗିରିଶୃଙ୍ଗ ସାଗରମାଥା(ମାଉଣ୍ଟ ଏଭରେଷ୍ଟ) ନାମରେ ରଖାଯାଇଛି, ଯାହା ମିତ୍ରତାର ଏକ ପ୍ରତୀକ। ୨୦୧୪ରେ ଗତ ସାର୍କ ସମ୍ମିଳନୀ କାଠାମାଣ୍ଡୁରେ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ।

୨୦୧୬ ସାର୍କ ସମ୍ମିଳନୀ ଇସଲାମାବାଦରେ  ହୋଇଥିଲା। ମାତ୍ର ସେହି ବର୍ଷ ସେପ୍ଟେମ୍ବର ୧୮ରେ ଜାମ୍ମୁ-କାଶ୍ମୀରର ଉରି ସ୍ଥିତ ସୈନ୍ୟ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହା ପରେ ଭାରତ ସଂପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ମିଳନୀରେ ଯୋଗ ଦେବାକୁ ମନା କରି ଦେଇଥିଲା। ବାଂଲାଦେଶ, ଭୂଟାନ ଓ ଆଫଗାନିସ୍ତାନ ଇସଲାମାବାଦରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବାକୁ ମନା କରିବା ପରେ ଏହାକୁ ରଦ୍ଦ କରାଯାଇଥିଲା।

Subscribe

National International State Sports Entertainment