କୋରୋନା ଭାଇରସର ଭୟ, ପିଲାଙ୍କୁ ବିମାନ ବନ୍ଦରରେ ଛାଡ଼ି ବିମାନରେ ଚଢ଼ିଗଲେ ପିତା-ମାତା
Khabar Odisha:international-odisha-corona-virusa-couple-in-china-has-left-their-two-young-children-behind-in-an-airport-
ବେଜିଂ, ଜାନୁଆରୀ୨୪(ଖବର ଓଡ଼ିଶା):

 ଚୀନରେ ବ୍ୟାପୁଥିବା ଘାତକ କୋରୋନା ଭୂତାଣୁରେ ଦୁନିଆର ଅନେକ ଦେଶ ଚିନ୍ତିତ। ଚୀନରେ ପରିସ୍ଥିତି ଏମିତି ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସନ୍ଦେହଜନକ ଦୃଷ୍ଟିରେ  ଦେଖାଯାଉଛି। ଯେଉଁ ସହରରେ ଏହି ଭୂତାଣୁର କୌଣସି ପ୍ରଭାବ ନାହିଁ, ନିଜର ଜୀବନ ବଞ୍ଚାଇବାକୁ  ଲୋକେ ସେହି ସହରକୁ ଯିବା ଆରମ୍ଭ କରିଛନ୍ତି। ଭାଇରସର ବ୍ୟାପକତାକୁ ଦେଖି ଏୟାରଲାଇନ କମ୍ପାନୀ ମଧ୍ୟ ଭୟଭୀତ। ଏୟାରଲାଇନ କମ୍ପାନୀ ସତର୍କତାମୂଳକ ପଦକ୍ଷେପସ୍ଵରୂପ ସଂକ୍ରମିତ ଲୋକଙ୍କୁ ବିମାନରେ ଯାତ୍ରା କରିବାର ଅନୁମତି ଦେଉ ନାହାନ୍ତି। ଏହି କାରଣରୁ ବୁଧବାର ରାତିରେ ଚୀନର ନାଜିଙ୍ଗ ସହରରେ ଏକ ବିମାନ ବନ୍ଦରରେ ପ୍ରବଳ  ହଙ୍ଗାମା ହୋଇଛି। ଶେଷରେ ମାତା-ପିତାଙ୍କୁ ନିଜର ପିଲାଙ୍କୁ ଏକାକୀ ବିମାନ ବନ୍ଦରରେ ଛାଡ଼ି ବିମାନରେ ଚଢ଼ିବାକୁ ପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ଚୀନରେ ଅଦ୍ୟାବଧି କୋରୋନା ଭୂତାଣୁ ସଂକ୍ରମଣରେ ୨୬ ଜନଙ୍କ ମୃତ୍ୟୁ ଘଟିଲାଣି। ଏହି ଘାତକ ଭୂତାଣୁକୁ ରୋକିବା ପାଇଁ ୧୪ ସହରକୁ ସିଲ୍ କରି ଦିଆଯାଇଛି। ପ୍ରାୟ ୪.୧ କୋଟି ଲୋକ ନିଜ ଘରେ ବନ୍ଦୀ ପରି ରହିବାକୁ ବିବଶ ହୋଇଛନ୍ତି। ପ୍ରଶାସନ ଟ୍ରେନ, ବସ, ବିମାନ ବନ୍ଦରରେ ଏହାର ଯାଞ୍ଚ କରୁଛନ୍ତି। 

ଚୀନ ମିଡ଼ିଆ ଅନୁଯାୟୀ ଦମ୍ପତି  ନିଜର ଦୁଇ ପିଲାଙ୍କ ସହ  ଚାଙ୍ଗସା ସହର ଯିବାକୁ ନାଜିଙ୍ଗ ବିମାନ ବନ୍ଦରରେ ପହଞ୍ଚିଥିଲେ। ମାତ୍ର ତାଙ୍କ ପୁତ୍ର କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା କାରଣରୁ ବିମାନରେ ବସିବାକୁ ଅନୁମତି ଦିଆଯାଇନଥିଲା। ଏହା ପରେ ପିଲାର ବାପା-ମା ପ୍ରସ୍ଥାନ  ଫାଟକକୁ ବନ୍ଦ କରି ନିଜ ପିଲାଙ୍କୁ ନିଜ ସହିତ ନେବାକୁ ଜିଦ୍ କରିଥିଲେ। ଏହାକୁ ନେଇ ସେଠାରେ ହଙ୍ଗାମା ହୋଇଥିଲା। ଏହା ମଧ୍ୟରେ ପୋଲିସ ବୁଝାଇବାକୁ ଆସିଥିଲା ଏବଂ ଅଭିଭାବକ ନିଜର ପୁଅଙ୍କୁ ବିମାନ ବନ୍ଦରରେ ଛାଡ଼ି ବିମାନରେ ବସି ଯାଇଥିଲେ। ଏହା ଦେଖି ବିମାନ ବନ୍ଦରରେ ଉପସ୍ଥିତ କର୍ମଚାରୀ ଓ ଯାତ୍ରୀ ମଧ୍ୟ ଚକିତ  ହୋଇ ଯାଇଥିଲେ। 

ଏହି ଘଟଣାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଦୁଇ ପିଲା ବିମାନ ବନ୍ଦରରେ ଏକାକୀ ବସିଥିବା ଦେଖିବାକୁ ମିଳୁଛି। ମାତ୍ର କିଛି ସମୟ ପରେ ଏୟାରଲାଇନ କମ୍ପାନୀ ମାନି ଥିଲେ ଏବଂ ପିଲାଙ୍କୁ ବିମାନର କ୍ୟାବିନରେ ବସିବାକୁ ଅନୁମତି ଦେଇଥିଲେ।

Subscribe

National International State Sports Entertainment