ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ପରେ ଏବେ ଜଳ ବିବାଦ ଦେଖାଦେବାର ସମ୍ଭାବନା ବଢ଼ିଛି । କାରଣ ଚାଇନା ଦୁନିଆର ସବୁଠାରୁ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି । ତିବ୍ବତର ପୂର୍ବ ଭାଗରେ ଏହି ନଦୀବନ୍ଧ ନିର୍ମାଣ ହେବ । ଯାହା ଦ୍ୱାରା ପଡ଼ୋଶୀ ରାଷ୍ଟ୍ର ଭାରତ ଏବଂ ବାଂଲାଦେଶର ଲକ୍ଷ ଲକ୍ଷ ଲୋକ ପ୍ରଭାବିତର ଆଶଙ୍କା ରହିଛି । ଏହି ପ୍ରକଳ୍ପକୁ ଚୀନ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଚୀନର ପାୱାର କନଷ୍ଟ୍ରକସନ୍ କର୍ପୋରେସନର ଅନୁମାନ ଅନୁସାରେ, ଏ ନଦୀ ବନ୍ଧ ୟରଲୁଙ୍ଗ ଜାଙ୍ଗୱୋ ନଦୀର ନିମ୍ନଭାଗରେ ନିର୍ମାଣ କରାଯିବା । ଏହା ଦ୍ୱାର ପ୍ରତିବର୍ଷ 300 ବିଲିୟନ କିଲୋକ୍ୱାଟ୍-ଘଣ୍ଟା ବିଜୁଳି ଉତ୍ପାଦନ କରିବାର କ୍ଷମତା ରଖିବ । ସେଣ୍ଟ୍ରାଲ ଚୀନରେ ଦୁନିଆରୁ ସବୁଠାରୁ ବଡ଼ ନଦୀବନ୍ଧ ରହିଛି । ଯାହାକୁ ଥ୍ରୀ ଗାର୍ଜେସ୍ ଡ୍ୟାମ କୁହାଯାଏ । ଯାହାକି ବର୍ତ୍ତମାନ 88.2 ବିଲିୟନ କିଲୋୱାଟ୍-ଘଣ୍ଟା ବିଜୁଳି ଉତ୍ପାଦନ କରୁଛି । ତେଣୁ ତିବ୍ବତ ସୀମାରେ ନିର୍ମାଣ ହେବାକୁ ଥିବା ନଦୀ ବନ୍ଧ ତାହାଠାରୁ 3 ଗୁଣ ଅଧିକ ବିଜୁଳି ଉତ୍ପାଦନ କରିବ । ଫଳରେ ନିଜର ରେକର୍ଡକୁ ନିଜେ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ଚାଇନା ।
ୟରଲୁଙ୍ଗ ଜାଙ୍ଗୱୋ ନଦୀର ଜଳ 50 କିଲୋମିଟର୍ ପର୍ଯ୍ୟନ୍ତ ଅଂଶ 2000 ମିଟର୍ ଉଚ୍ଚତାରୁ ତଳକୁ ପଡ଼ୁଛି । ଏହା ଇଞ୍ଜିନିୟର ମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଚାଇନାର ଏହି ପ୍ରକଳ୍ପ ଭାରତ ଏବଂ ବାଂଲାଦେଶର ମୁଣ୍ଡ ବିନ୍ଧାର କାରଣ ପଲଟିଛି । ତେବେ ଏହି ଡ୍ୟାମ୍ ଦ୍ୱାରା ପର୍ଯ୍ୟାବରଣ ଏବଂ ନଦୀ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । କାରଣ ଏହା ଦ୍ୱାରା ନଦୀର ଗତିପଥ ମଧ୍ୟ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏଠାରେ ସୂଚାଇ ଦେବାକୁ ଚାହିଁବୁ କି ୟରଲୁଙ୍ଗ ଜାଙ୍ଗୱୋ ନଦୀ ଯେତେବେଳେ ଭାରତରେ ପ୍ରବେଶ କରେ ତାକୁ ବ୍ରହ୍ମପୁତ୍ର ନଦୀ କୁହାଯାଏ । ଏହା ଅରୁଣାଚଳ ପ୍ରଦେଶ ଏବଂ ଆସାମ ହୋଇ ବାଂଲାଦେଶରେ ପ୍ରବେଶ କରିଛି ।