ନୂଆଦିଲ୍ଲୀ: କାଜାଖସ୍ତାନର ଏକଟାଉ ସହର ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ଅନେକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ସହିତ ୨୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ଜାରି ରହିଛି ।
ଅଜରବୈଜାନ ଏୟାରଲାଇନ୍ସର ବିମାନ J2-8243 ବାକୁରୁ ଉଡାଣ ଭରି ଋଷର ଚେଚନ୍ୟାର ଗ୍ରୋଜନୀ ଅଭିମୁଖେ ଯାତ୍ରା କରୁଥିଲା । ତେବେ ଘନ କୁହୁଡି କାରଣରୁ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିଲା । କିଛି ସମୟ ପରେ ବିମାନର ଜିପିଏସରେ ତ୍ରୁଟି ଆସିବା କାରଣରୁ ବିମାନ ଚାଳକ ଏକଟାଉ ଏୟାରପୋର୍ଟରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ । ମାତ୍ର ତତକ୍ଷଣାତ୍ ବିମାନଟି ତଳକୁ ଖସିପଡ଼ିଥିଲା ଏବଂ ତୁରନ୍ତ ଜଳି ଉଠିଥିଲା । ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା । ଜଣେ ବ୍ୟକ୍ତି ଏହାର ଭିଡ଼ିଓ ମଧ୍ୟ ନିଜ ମୋବାଇଲ କ୍ୟାମେରାରେ କଏଦ୍ କରିଛନ୍ତି । ଉକ୍ତ ବିମାନରେ ୫ ଜଣ କ୍ର୍ୟୁ ମେମ୍ବରଙ୍କ ସମେତ ୬୭ ଜଣ ଯାତ୍ରୀ ଥିଲେ ।
ଫ୍ଲାଇଟ୍ ରାଡାର ୨୪ ଅନୁସାରେ ବୁଧବାର ଭୋର ୩ଟା ୫୫(ଭାରତୀୟ ସମୟ ସକାଳ ୯ଟା ୨୫)ରେ ବାକୁରୁ ରୁଷ ଗ୍ରଜନୀ ଅଭିମୁଖେ ଯାତ୍ରା କରୁଥିଲା । ପଶ୍ଚିମ କାଜାକିସ୍ତାନର ଏକଟାଉ ସହରରୁ ୩ କିଲୋମିଟର ତେବେ ଦୁର୍ଘଟଣା ପରେ ସମସ୍ତଙ୍କ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।