ନୂଆଦିଲ୍ଲୀ: ଆମାଜନର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କ ପ୍ରେମିକା ଲରେନ୍ ସାଞ୍ଚେଜ୍ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ପ୍ରସ୍ତୁତି ଶେଷ ହୋଇଯାଇଛି। କୋଲକାଡୋର ଆସ୍ପେନ୍ ସହରରେ ଏହି ବିବାହ ଅନୁଷ୍ଠିତ ହେବ। ଏହି ଭବ୍ୟ ଆୟୋଜନ ପାଇଁ ପ୍ରାୟ ୬୦୦ ମିଲିୟନ ଡଲାର (୫୦୯୬ କୋଟି ଟଙ୍କା) ଖର୍ଚ୍ଚ ହେବ ବୋଲି ଆକାଳନ କରାଯାଉଛି।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଆସନ୍ତା ଶନିବାର ଏହି ବିବାହ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ବିବାହ ତାରିଖକୁ ନେଇ ଜେଫ୍ ବେଜୋସ୍ ଓ ଲରେନ୍ ସାଞ୍ଚେଜ୍ଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିବାହରେ ଯୋଗ ଦେବା ପାଇଁ ବିଶ୍ୱର ହାଇପ୍ରୋଫାଇଲ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ପଠାଯାଇଛି। ବିଲ୍ ଗେଟ୍ସ,, ଲିଓନାର୍ଡୋ ଡିକାପ୍ରିଓଙ୍କ ଭଳି ସେଲିବ୍ରିଟି ମାନେ ଏହି ବିବାହରେ ଯୋଗ ଦେଇପାରନ୍ତି।। ଜେଫ୍ ବେଜୋସ୍ ବିବାହ ସ୍ଥଳ ଭାବେ କେଭିନ୍ କୋଷ୍ଟନରଙ୍କୁ ବାଛିଛନ୍ତି। ୧୬୦ ଏକର ପରିମିତ ଏହି ସ୍ଥାନକୁ ଡିସେମ୍ବର ୨୬ ଓ ୨୭ ପାଇଁ ବୁକିଂ କରାଯାଇଛି।
ସୂଚନାଯୋଗ୍ୟ, ଲରେନ୍ ସାଞ୍ଚେଜ୍ ଜଣେ ସାମ୍ବାଦିକ, ଟିଭି ହୋଷ୍ଟ ଏବଂ ହେଲିକପ୍ଟର ପାଇଲଟ୍। ୧୯୬୯ ମସିହା ଡିସେମ୍ବର ୯ ତାରିଖରେ ନ୍ୟୁ ମେକ୍ସିକୋର ଆଲବୁକକ୍ରେରେ ଜନ୍ମଗ୍ରହଣ କରିଥିବା ଲରେନ୍ ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି।
୨୦୦୫ରେ ଲରେନ୍ ହଲିଉଡ୍ ଏଜେଣ୍ଟ ପ୍ୟାଟ୍ରିକ୍ ହ୍ୱାଇଟ୍ସେଲଙ୍କୁ ବିବାହ କରିଥିଲେ। ୨୦୧୯ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ପ୍ୟାଟ୍ରିକ୍ଙ୍କ ସହ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଲରେନ୍ ଏବଂ ଜେଫ୍ ୨୦୧୮ରୁ ସମ୍ପର୍କରେ ଅଛନ୍ତି। ୨୦୧୯ରେ ଜେଫ୍ ବେଜୋସ୍ ତାଙ୍କ ପତ୍ନୀ ମାକେନଜିଙ୍କୁ ଛାଡ଼ପତ୍ର ଦେଇଥିଲେ। ବେଜୋସ୍ଙ୍କର ୩ ପୁଅ ଓ ଗୋଟିଏ ପୋଷ୍ୟକନ୍ୟା ଅଛନ୍ତି। ମାକେଞ୍ଜି ସ୍କଟ୍ ମଧ୍ୟ ଜଣେ ଶିକ୍ଷକ ଡାନ୍ ଇହୁଦୀଙ୍କୁ ବିବାହ କରିଛନ୍ତି।
ଅଧିକ ପଢ଼ନ୍ତୁ: ପୋକ୍ସୋ ଅଧୀନରେ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳୁ ମାଗଣା ଚିକିତ୍ସା