ବହୁ ଶୀଘ୍ର ବାଦ ପଡିଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ପଦବୀ ପୂରଣ ହେବ। ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ପକ୍ଷରୁ ପ୍ରକାଶ ପାଇଥିବା ମେଧା ତାଲିକାରେ ଅନୁସାରେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ସେନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପରୀକ୍ଷା ଦେଇ ମେଧା ତାଲିକାରେ ଥିବା ଅଶାୟୀଙ୍କୁ ନିଯୁକ୍ତି ପ୍ରଦାନ କରିଯିବ ବୋଲି ସୂଚନା ମିଳିଛି । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିମଧ୍ୟରୁ କୌଣସି କାରଣରୁ ଖାଲି ପଡିଥିବା ପଦବୀ ତୁରନ୍ତ ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଶାୟୀ ପରୀକ୍ଷାର୍ଥୀଙ୍କ କଟ୍ ଅଫ୍ ମାର୍କ କମ୍ କରି ପଦବୀ ପୂରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନୂଆ କଟ୍ ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।