ଭୁବନେଶ୍ୱର: ପେଟପାଟଣା ପାଇଁ ସୁଦୂର ମାଳଦ୍ୱୀପ କାମ କରିବାକୁ ଯାଇଥିବା ୪୦ରୁ ଉର୍ଦ୍ଧ୍ୱ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ସେଠାରେ ଠିକ୍ ସେ ଦରମା ମିଳୁନଥିବାବେଳେ ଖାଇବା ପିଇବା ସଠିକଭାବେ ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଭିଡ଼ିଓ ଜରିଆରେ ଗୁହାରୀ କରିଛନ୍ତି ଫସି ରହିଥିବା ଯୁବକ ।
ଭିଡ଼ିଓରେ କହିଛନ୍ତି, ୫ ମାସ ତଳେ ଗଞ୍ଜାମ ଜିଲ୍ଲା ବାଣପୁର ଅଞ୍ଚଳର ପ୍ରତାପ ଗାଁର କିଶୋର ବାରିକ ନାମକ ଜଣେ ଏଜେଣ୍ଟ କିଛି ଲୋକଙ୍କୁ ମାଳଦୀପର ରେନାଟସ୍ କମ୍ପାନୀରେ କାମ କରିବାକୁ ନେଇକି ଯାଇଥିଲେ । ଏଥିପାଇଁ ଲୋକମାନଙ୍କଠାରୁ ୪୦,୦୦୦ ଲେଖାଏଁ ଟଙ୍କା ନେଇଥିଲେ । ଫ୍ଲାଇଟ୍ ଖର୍ଚ୍ଚ ଏବଂ ଅଫିସରଙ୍କୁ ଟଙ୍କା ଦିଆଯିବ କହି ଟଙ୍କା ନେଇଥିଲେ । ସେମାନଙ୍କୁ ମାଳଦ୍ୱୀପରେ ଏକ ଏୟାରପୋର୍ଟ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।
କିନ୍ତୁ କିଛି ଦିନ ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୌରାତ୍ମ୍ୟ ବଢ଼ିଥିଲା । ପ୍ରଥମ ମାସର କେବଳ ସଠିକ ଦରମା ଦିଆଯାଇଥିବାବେଳେ ପରେ ଅଧା ଅଧା ମାସର ଦରମା ଦେଇଥିଲେ । ଏମିତିକି ନଭେମ୍ବର ମାସର ଆଦୌ ଦରମା ଦେଉ ନାହାଁନ୍ତି । ଏମିତିକି ଅଭିଯୋଗ କଲେ ସେମାନଙ୍କ ହଇରାଣ ହରକତ କରୁଛନ୍ତି ।
ସେପଟେ ଏଜେଣ୍ଟକୁ କଲ୍ କଲେ ସେ ଫୋନ୍ ଉଠାଉ ନ ଥିବା ମଧ୍ୟ ସେମାନେ କହିଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଭିଡ଼ିଓ ଜରିଆରେ ନିବେଦନ କରିଛନ୍ତି ।