ଚୀନ୍ର ପୂର୍ବ ପ୍ରଦେଶର ଜିଆଙ୍ଗସୁ ଅଞ୍ଚଳରର ନାନଜିଙ୍ଗ ସହରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ମ୍ୟୁନିସିପାଲିଟି ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ହୋଇଥିବା ଅଗ୍ନିକାଣ୍ଡରେ ଆହତ ହୋଇଥିବା ୪୪ ଜଣ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ବିଲଡିଂର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା ଯେଉଁଠି ଇଲେକ୍ଟ୍ରିକ୍ ସାଇକେଲ ରଖାଯାଇଥିଲା।
ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିଲଡିଂର ପ୍ରଥମ ମହଲାରେ ରଖାଯାଇଥିବା ଇଲେକ୍ଟ୍ରିକ୍ ବାଇକ୍ ଦ୍ୱାରା ନିଆଁ ଲାଗିବାର ସମ୍ଭାବନାକୁ ଜଣେ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ଏବଂ ଏହାର ତଦନ୍ତ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଦୁର୍ଘଟଣା ପରେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ବାରମ୍ବାର ଏପରି ଦୁର୍ଘଟଣାକୁ ରୋକିବା, ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ନିରାପତ୍ତା ମାନ ଏବଂ ପ୍ରଶାସନର ଅସାବଧାନତା କାରଣରୁ ବେଜିଂରେ ଏଭଳି ଦୁର୍ଘଟଣା କ୍ରମାଗତ ଭାବରେ ଘଟୁଛି । ଯାହାକୁ ରୋକିବା ପାଇଁ ଜିନପିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢନ୍ତୁ : ନ୍ୟୁୟର୍କ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ