ନ୍ୟୁୟର୍କ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ।ଏହି ଅଗ୍ନିକାଣ୍ଡରେ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଶୁକ୍ରବାର ନ୍ୟୁୟର୍କ ସହରର ଏକ ଆପାର୍ଟମେଣ୍ଟରେ ଏଭଳି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି ।
ସୂଚନା ଅନୁଯାୟୀ,ଶୁକ୍ରବାର ରାତି ସମୟରେ ନ୍ୟୁୟର୍କ ସହରର ଏକ ୬ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବ ପରେ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହାପରେ ସେମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଜଣାଇଥିଲେ । ଖବର ପାଇବା ମାତ୍ରେ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ତେବେ ଆହତ ମାନଙ୍କୁ ଯଥା ସମୟରେ ଉଦ୍ଧାର କରାଯାଇଥିବାରୁ ଅନେକଙ୍କ ଜୀବନ ବଂଚି ଯାଇଛି । ଏହି ଅଗ୍ନିକାଣ୍ଡ ଫଳରେ ୧୭ ଜଣ ଆହତ ହୋଇଛନ୍ତି । ଚିକିତ୍ସା ହେଉଥିବା ସମୟରେ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ତେବେ କେଉଁ କାରଣରୁ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।
ଅଧିକ ପଢନ୍ତୁ :ବିଶାଖାପାଟନମ୍ ଉପକୂଳରୁ ମିଳିଲା ପିଏନଏସ ଗାଜୀର ଧ୍ୱଂସାବଶେଷ