୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧର ଭୟଙ୍କ ସ୍ଥିତି ଏବେ ବି ଲୋକଙ୍କ ଲୋମ ଟାଙ୍କୁରୀତ କରେ । ଏହି ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ାଜାହାଜ ପିଏନଏସ ଗାଜୀ ରହସ୍ୟମୟୀ ଭାବରେ ସମୁଦ୍ରରେ ନିଖୋଜ ହୋଇଯାଇଥିଲା । ଯୁଦ୍ଧର ୫୩ ବର୍ଷ ପରେ ଆଜି ଏହାର ଅବଶେଷର ସନ୍ଧାନ ଖୋଜି ପାଇଛି ଭାରତୀୟ ନୌସେନା । ଭାରତୀୟ ନୌସେନା ସମରାଭ୍ୟାସ ସମୟରେ ନୂତନ ଗଭୀରଜଳ ଉଦ୍ଧାର ଜାହାଜ ମିଲନ୍-୨୪ ଦ୍ୱାରା ମିଳିଥିଲା ପିଏନଏସ ଗାଜୀର ଅବଶେଷ । ସମୂଦ୍ରକୂଳରୁ ୨ କିଲୋମିଟର ଦୂରରେ ୧୦୦ ମିଟର ଗଭୀରରେ ଏହାକୁ ଉଦ୍ଧାର କରାଯାଇଥିଲା ।
୧୯୭୧ ଯୁଦ୍ଧ ସମୟରେ ବିଶାଖାପାଟନା ନିକଟରେ ରହସ୍ୟମୟୀ ଭାବରେ ନିଖୋଜ ହୋଇ ଯାଇଥିଲା ପାକିସ୍ତାନୀ ନୌସେନାର ଆକ୍ରମଣକାରୀ ବୁଡ଼ାଜାହାଜ ପିଏନଏସ ଗାଜୀ । ଏଥିରେ ଥିବା ୯୩ ପାକିସ୍ତାନୀ ନୌସେନା କର୍ମଚାରୀ ମଧ୍ୟ ଏହି ଦୁର୍ଘଟରାରେ ପ୍ରାଣ ହରାଇଥିଲେ । ୧୯୭୧ ଯୁଦ୍ଧ ସମୟରେ ପିଏନଏସ ଗାଜୀକୁ ଭାରତର ଆଇଏନଏସ ବିକ୍ରାନ୍ତରେ ଗୁପ୍ତଚର କରିବାକୁ ପଠାଯାଇଥିଲା । ପିଏନଏସ ଗାଜୀ ୧୪ ନଭେମ୍ବରରେ କରାଚୀରୁ ଅସିବା ପରେ ୪୮୦୦ କିଲୋମିଟର ଯାତ୍ରା କରି ବିଶାଖାପାଟନମ୍ ନିକଟରେ ପହଞ୍ଚିଥିଲା । ମାତ୍ର ଭାରତର ବିଧ୍ୱଂସକ ଆଇଏନଏସ ରାଜପୁତ ଏହାକୁ ନଷ୍ଟ କରିଦେଇଥିଲା
ଏହା ବ୍ୟତୀତ ଜାପାନର ଏକ ବୁଡ଼ାଜାହାଜ RO-110 ମଧ୍ୟ ଏହି ସ୍ଥାନରୁ ଠାବ କରାଯାଇଛି । ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୋୟାଲ ଭାରତୀୟ ନୌସେନା ଏବଂ ଅଷ୍ଟ୍ରେଲଆ ନୌସେନା ପାଣିରେ ବୁଡ଼ାଇ ଦେଇଥିବା ଜାଣିବାକୁ ମିଳିଥିଲା ।
ଅଧିକ ପଢନ୍ତୁ : ଅନ୍ୟର ଶରୀରରେ ବଞ୍ଚି ରହିବେ ଦମୟନ୍ତୀ