ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡା ଶବ୍ଦରେ ପୁଣି ଥରେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ହର୍ମୁଜ ପ୍ରଣାଳୀ ଖୋଲା ନ ଯାଏ ତେବେ ଇରାନକୁ ଗୋଟିଏ ରାତିରେ ଧ୍ୱଂସ କରି ଦିଆଯାଇପାରେ । ସୋମବାର ହ୍ୱାଇଟ୍ ହାଉସରେ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ, ପୂରା ଦେଶ ଗୋଟିଏ ରାତିରେ ସମାପ୍ତ ହୋଇ ଯାଇପାରେ ଏବଂ ଏହି ରାତି ମଙ୍ଗଳବାର ହୋଇପାରେ । ଟ୍ରମ୍ପ ଇରାନକୁ ମଙ୍ଗଳବାର ସନ୍ଧ୍ୟା ୮ଟା ସୁଦ୍ଧା ହର୍ମୁଜ ଖୋଲିବା ପାଇଁ ସମୟ ଦେଇଛନ୍ତି ।
ଟ୍ରମ୍ପ କହିଛନ୍ତି, ଯଦି ଇରାନ ନିର୍ଦ୍ଧାରିତ ସମୟ ସୁଦ୍ଧା ହର୍ମୁଜ ନ ଖୋଲେ ତେବେ ଏହାର ବିଦ୍ୟୁତ କେନ୍ଦ୍ର, ପୋଲ ଓ ଆନୁସଙ୍ଗିକ ଭିତ୍ତିଭୂମି ଉପରେ ବଡ ହମଲା କରାଯିବ । ଇରାନ ଯୁଦ୍ଧରେ ଆମେରିକା ଭଲ ପ୍ରଦର୍ଶନ କରୁଥିବା ଟ୍ରମ୍ପ କହିଛନ୍ତି । ତାଙ୍କ ସରକାର ଇରାନରେ ଖସି ପଡିଥିବା ଦୁଇ ଆମେରିକୀୟ ସୈନିକଙ୍କୁ ବଞ୍ଚାଇବାରେ ସଫଳତା ହାସଲ କରିଛି । ଏହା ଖୁସିରେ ଉତ୍ସବ ପାଳନ କରାଯିବ । ଏହା ପୂର୍ବରୁ ଇରାନ ୧୦ ଦିନର ସମୟ ଦେଇଥିଲେ । ଆଉ ଏହାର ଅବଧି ମଙ୍ଗଳବାର ପୂରା ହେବାକୁ ଯାଉଛି । ଆଉ ଏହାର ଠିକ୍ ପୂର୍ବରୁ ପୁଣି ଥରେ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି ।
ଲଗାତାର ଧମକ ଦେଉଛନ୍ତି ଟ୍ରମ୍ପ
ଶନିବାର ଡୋନାଲ୍ଡ ଟ୍ରମ୍ପ ୪୮ ଘଣ୍ଟାର ସମୟ ଦେଇ କହିଥିେ. ଯଦି ବୁଝାମଣା ନ ହୁଏ ତେବେ ଇରାନକୁ ନର୍କ କରି ଦେବୁ । ସେ କହିଥିଲେ ଯେ ଯଦି ଇରାନ ହର୍ମୁଜ୍ ପ୍ରଣାଳୀ ନ ଖୋଲେ ତେବେ ମଙ୍ଗଳବାରଠାରୁ ଏହାର ବିଦ୍ୟୁତ୍ କେନ୍ଦ୍ର ଏବଂ ସେତୁ ଉପରେ ଆକ୍ରମଣ କରାଯିବ। ଟ୍ରମ୍ପ ଏହି ଦିନଟିକୁ ପାୱାର ପ୍ଲାଣ୍ଟ ଦିବସ ଏବଂ ସେତୁ ଦିବସର ନାମ ଦେଇଛନ୍ତି।
ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଥିଲେ ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ନ ଖୋଲେ, ତେବେ ଏହା ନର୍କର ସମ୍ମୁଖୀନ ହେବ। ସେ ଆଶାଳୀନ ଭାଷା ବ୍ୟବହାର କରି କହିଥିଲେ, ପ୍ରଣାଳୀ ଖୋଲନ୍ତୁ ନଚେତ୍ ପରିଣାମ ପାଇଁ ପ୍ରସ୍ତୁତ ରୁହନ୍ତୁ। ପୋଷ୍ଟରେ ଟ୍ରମ୍ପ ନିଜର ସମସ୍ତ ଶାଳୀନତା ଭୁଲି ଅପମାନଜନକ ଭାଷା ବ୍ୟବହାର କରିଥିଲେ।