ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ l ଗତକାଲି କଲୋରାଡୋରେ ଆୟୋଜିତ ବାୟୁସେନା ଏକାଡେମୀର ସମାରୋହ ଅବସରରେ ଭାଷଣ ଦେବା ପରେ ମଞ୍ଚ ଉପରେ ଥିବା ବାଲି ବସ୍ତାକୁ ଝୁଣ୍ଟିି ପଡିଗଲେ ରାଷ୍ଟ୍ରପତି ଜୋ ବାଇଡେନ । ଏହାଦେଖି ସେଠାରେ ଉପସ୍ଥିତ ବାୟୁସେନା ଅଧିକାରୀ ତୁରନ୍ତ ତାଙ୍କୁ ଉଠାଇ କାର ପର୍ଯ୍ୟନ୍ତ ଛାଡ଼ିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନା ଅନୁସାରେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁଏସ ଏୟାରଫୋର୍ସ ଏକାଡେମୀରେ ଭାଷଣ ଦେବା ପରେ ଜଣେ କ୍ୟାଡେଟଙ୍କ ସହ ହାତ ମିଳାଇ ଥିଲେ। ଏହାପରେ ବାଇଡେନ ଗୋଟିଏ ପାଦ ଆଗକୁ ବଢ଼ାଇବା ପରେ ହଠାତ ଝୁଣ୍ଟି ପଡ଼ିଥିଲେ। ତୁରନ୍ତ ସିକ୍ରେଟ ସର୍ଭିସ ଏଜେଣ୍ଟ ଓ ଜଣେ ବାୟୁସେନା ଅଧିକାରୀ ରାଷ୍ଟ୍ରପତି ବାଇଡେନଙ୍କୁ ଉଠାଇ ଠିଆ କରାଇଥିଲେ । ଏହାପରେ, କାହାରି ସହାୟତା ବିନା ବାଇଡେନ ନିଜେ ସିଧାସଳଖ ଚାଲି ଚାଲି ଯାଇଥିଲେ। ତେବେ ଷ୍ଟେଜ ଉପରେ ଏକ ଛୋଟ କଳା ରଙ୍ଗର ସ୍ୟାଣ୍ଡ ବ୍ୟାଗ ରଖା ଯାଇଥିଲା। ହୁଏତ ଏଥିରେ ଗୋଡ଼ ବାଜି ଯିବାରୁ ସେ ଝୁଣ୍ଟି ପଡ଼ିଥିବା ସନ୍ଦେହ କରାଯାଉଛି l ତେବେ ହ୍ୱାଇଟ ହାଉସ କମ୍ୟୁନିକେସନ୍ସ ଡାଇରେକ୍ଟର ଟୁଇଟ କରି କହିଛନ୍ତି ଯେ ରାଷ୍ଟ୍ରପତି ଭଲ ଅଛନ୍ତି। ସେ କରମର୍ଦ୍ଦନ କରୁଥିବା ବେଳେ ମଞ୍ଚ ଉପରେ ଭୁଲ ସ୍ଥାନରେ ରଖାଯାଇଥିବା ଗୋଟାଏ ବାଲିବସ୍ତାରେ ଝୁଣ୍ଟି ପଡ଼ିଗଲେ ବୋଲି ଉଲ୍ଲେଖ କରିଛନ୍ତି ।