ନୂଆଦିଲ୍ଲୀ: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର କ୍ଷମତା ସମ୍ଭାଳିବା ପରେ ଏ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଭିସା ରଦ୍ଦ କରାଯାଇଛି । ଆମେରିକାର ବୈଦେଶିକ ବିଭାଗ ସୋମବାର ଏହାର ସୂଚନା ଦେଇଛନ୍ତି । ବୈଦେଶିକ ବିଭାଗ କହିଛି ଯେ, ଗୋଟିଏ ବର୍ଷ ଭିତରେ ଭିସା ରଦ୍ଦ କରାଯିବାରେ ଏହା ରେକର୍ଡ କରିଛି ।
ଖାସ୍ କଥା ଏଥିରେ ୮ ହଜାର ଛାତ୍ର ସାମିଲ ଅଛନ୍ତି । ବୈଦେଶିକ ବିଭାଗ କହିଛି ଯେ, ଆମେ ଆମେରିକାକୁ ସୁରକ୍ଷିତ ରଖିବା ପାଇଁ ଏହି ବଦମାସମାନଙ୍କୁ ବିତାଡିତ କରିବା ଜାରି ରଖିବୁ । ୮ ହଜାର ଛାତ୍ରଙ୍କ ଭିସା ରଦ୍ଦ କରାଯାଇଛି । ୨୫୦୦ ସ୍ପେଶାଲାଇଜ ଭିସା ସମେତ ଏକ ଲକ୍ଷରର ଅଧିକ ଭିସା ବାତିଲ କରାଯାଇଛି ।
କାହିଁକି ରଦ୍ଦ କରାଗଲା
ଏଥିରୁ ହଜାର ସଂଖ୍ୟକ ଭିସା ଅପରାଧ କାରଣରୁ ରଦ୍ଦ କରାଯାଇଛି । ଏଥିରେ ମାରପିଟ୍ ଓ ମଦ୍ୟପାନ କରି ଗାଡି ଚଲାଇବା ପରି ମାମଲା ସାମିଲ୍ । ବୈଦେଶିକ ବିଭାଗର ମୁଖପାତ୍ର ଟମି ପିଗାଟ କହିଛନ୍ତି ଟ୍ରମ୍ପ ପ୍ରଶାସନର ସବୁଠୁ ବଡ ପ୍ରାଥମିକତା ଆମେରିକୀୟ ନାଗରିକଙ୍କ ସୁରକ୍ଷା ଓ ଦେଶର ସାର୍ବଭୌମତ୍ୱ ବଜାୟ ରଖିବା । ତଥ୍ୟ ଉପରେ ନଜର ପକାଇଲେ ୨୦୨୫ ଜାନୁଆରୀ ୨୦ରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଆରମ୍ଭ ହେବା ପରଠୁ ଯେଉଁ ସଂଖ୍ୟାରେ ଭିସା ରଦ୍ଦ କରାଯାଇଛି, ତାହା ଜୋ ବାଇଡେନ ଶାସନ ତୁଳନାରେ ଅଢେଇ ଗୁଣ ଅଧିକ ।
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ ବିଶେଷ କରି ସେହି ଛାତ୍ରଙ୍କ ଭିସା ରଦ୍ଦ ଉପରେ ଜୋର ଦେଇଛନ୍ତି, ଯେଉଁମାନେ ଇସ୍ରାଏଲ ବିରୋଧରେ ବିରୋଧ ପ୍ରଦର୍ଶନରେ ସାମିଲ୍ ହୋଇଥିଲେ । ଏଥିପାଇଁ ଟ୍ରମ୍ପ ପ୍ରଶାସନ ଏକ ପୁରୁଣା ଆଇନର ସାହାରା ନେଇଛନ୍ତି । ଏହାରି ଆଧାରରେ ଆମେରିକାର ବୈଦେଶିକ ନୀତି ବିରୋଧରେ ଯାଉଥିବା ବିଦେଶୀଙ୍କୁ ଆମେରିକାରେ ପ୍ରବେଶ ଅନୁମତି ମିଳିବ ନାହିଁ ।
Also read: ବିଜେପି କାର୍ଯ୍ୟାଳୟ ପହଞ୍ଚିଲେ ଚୀନର କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି ଦଳ, ଗଲୱାନ ପରେ ପ୍ରଥମ ସାକ୍ଷାତ