ନୂଆଦିଲ୍ଲୀ: ଇରାନ ବିରୋଧରେ ଆଶାଳୀନ ଭାଷା କହି ଫସିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାରେ ବିରୋଧୀ ସାଂସଦଙ୍କ ପକ୍ଷରୁ ତାଙ୍କ ବିରୋଧରେ ୨୫ତମ ସଂଶୋଧନ ଆଧାରରେ ଅନାସ୍ଥା ପ୍ରସ୍ଥାବ ଆଗତ କରିବାକୁ ଦାବି ଜୋର ଧରିଛି । ଅତି କମରେ ୫ ସାଂସଦ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ଏହି ଆଇନର ବ୍ୟବହାର କରିବାକୁ ଦାବି କରିଛନ୍ତି । ଏହି ସବୁ ସାଂସଦଙ୍କ କହିବା କଥା ଟ୍ରମ୍ପ ସଂପୂର୍ଣ୍ଣ ରୂପେ ନିଜର କର୍ତ୍ତବ୍ୟ ପାଳନ କରିବାରେ ଅକ୍ଷମ । ତାଙ୍କୁ ଚୌକିରୁ ହଟାଇବା ହିଁ ଏକମାତ୍ର ବିକଳ୍ପ ।
ଆମେରିକାରା ରାଷ୍ଟ୍ରପତିଙ୍କୁ ହଟାଇବା କିମ୍ବା ହଟିବା ନେଇ ୨୫ତମ ସଂଶୋଧନରେ ବିସ୍ତୃତ ଭାବେ ସବୁ ଦର୍ଶାଯାଇଛି । ଏହି ଆଇନ ଆଧାରରେ ଯଦି ରାଷ୍ଟ୍ରପତିଙ୍କୁ ହଟାଯାଏ ତେବେ ଉପରାଷ୍ଟ୍ରପତି ଅବଶିଷ୍ଟ ସମୟ ପାଇଁ ରାଷ୍ଟ୍ରପତି କାର୍ଯ୍ୟଭାର ଗ୍ରହଣ କରି ପାରିବେ ।
ଟ୍ରମ୍ପଙ୍କ ବିରୋଧରେ କାହିଁକି ଉଠିଲା ଦାବି ?
ଡୋନାଲ୍ଡ ଟ୍ରମ୍ପ ରବିବାର ନିଜର ଏକ ପୋଷ୍ଟରେ ଇରାନକୁ ନେଇ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ । ଏହାକୁ ନେଇ ଆମେରିକାରେ ବିରୋଧୀ ଦଳର ସାଂସଦ ଉତକ୍ଷୀପ୍ତ ହୋଇ ଉଠିଛନ୍ତି । ୟୁଏସ ଷ୍ଟେଟ ରିପ୍ରେଜେନଟେଟିଭ ବେକ୍କା ବାଲିଣ୍ଟ ଏକ ପୋଷ୍ଟରେ କହିଛନ୍ତି ଯେ, ଓବାମା କିମ୍ବା ବାଇଡେନ ଏହି ଧରଣର ଭାଷା ପ୍ରୟୋଗ କରିଥିଲେ, ରିପବ୍ଲିକନ କଣ କରିଥାନ୍ତା ? ସମସ୍ତେ ତାଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଥାନ୍ତେ । ସେହି ହିସାବରେ ମୁଁ ବି ଟ୍ରମ୍ପଙ୍କୁ ପଦରୁ ହଟାଇବାକୁ ଦାବି କରୁଛି ।
ସିନେଟର କ୍ରିସ ମର୍ଫି କହିଛନ୍ତି, ଯଦି ମୁଁ ଟ୍ରମ୍ପ କ୍ୟାବିନେଟର ସଦସ୍ୟ ଥାନ୍ତି ତେବେ ୨୫ତମ ସଂଶୋଧନ ଲାଗୁ କରିବା ପାଇଁ ଓକିଲଙ୍କ ସହ କଥା ହୁଅନ୍ତି । ଟ୍ରମ୍ପ ଲୋକଙ୍କ ହତ୍ୟା କରିବାରେ ଲାଗିଛନ୍ତି । ଏହିପରି କଂଗ୍ରେସ ସଦସ୍ୟ ଯସ୍ମିନ ଅଂସାରୀ ଲେଖିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ପାଗଳ ହୋଇ ସାରିଛନ୍ତି । ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାର ଏହା ହେଉଛି ଉପଯୁକ୍ତ ସମୟ । କାରଣ ଟ୍ରମ୍ପଙ୍କ କାରଣରୁ ହିଁ ପୂରା ଦୁନିଆ ଏବେ ବିପଦରେ ପଡିଛି ।