ଆଜି ବିଶ୍ୱ ଦହିବରା ଦିବସ । ପ୍ରାୟତଃ ଲୋକମାନେ ଦହିବରା ଖାଇବାକୁ ପସନ୍ଦ କରନ୍ତି । ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ । ଦହିବରା ପାଇଁ ପ୍ରସିଦ୍ଧ ହେଉଛି କଟକ । ଓଡ଼ିଶାର ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ନଥିବ । ଆଜି ବିଶ୍ୱ ଦହିବରା ଦିବସ ଅବସରେ ସାରା ବିଶ୍ୱରେ ବିଶ୍ୱର ପ୍ରତ୍ୟକ ଲୋକ ଏହି ଦିବସକୁ ଆନନ୍ଦର ସହ ପାଳନ କରୁଛନ୍ତି । ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଉଛନ୍ତି ।
ଦହିବରା ଏପରି ଏକ ଖାଦ୍ୟ ଯାହା ନାମ ଶୁଣିଲେ ଲୋକମାନେ ଖାଇବାକୁ ଇଛା କରନ୍ତି । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକମାନେ ଦହିବରା ଖାଇଥାନ୍ତି । ଶେଷରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ । ଦହିବରା ଆଳୁଦମ୍ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଲୁଥିଲାବେଳେ କଟକ ଦହିବରାର ମଜା ନିଆରା । ଏପରିକି କଟକ ବାସୀ ଦହିବରା ଖାଇକି ଦିନ ଆରମ୍ଭ କରିଥାନ୍ତି । ଦହିବରା ଭଳି ସୁସ୍ୱାଦୁ ଖାଦ୍ୟକୁ ପ୍ରାଧାନ୍ୟ ଦେବାପାଇଁ ପ୍ରତିବର ମାର୍ଚ୍ଚ ୧ ତାରିଖ ଦିନ ବିଶ୍ୱ ଦହିବରା ଦିବସ ଭାବେ ପାଳନ କରାଯାଏ ।