ନୂଆଦିଲ୍ଲୀ: ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନଙ୍କ ନିହତ ପୁଅ ହମ୍ଜା ବିନ୍ ଲାଡେନ୍ ଜୀବିତ ଅଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଆଫଗାନିସ୍ତାନରେ ୪୫୦ ସ୍ନାଇପର ବନ୍ଧୁକଧାରୀଙ୍କ ସୁରକ୍ଷାରେ ନିଜ ଭାଇ ଅବଦୁଲ୍ଲା ବିନ୍ ଲାଡେନଙ୍କ ସହ ଗୁପ୍ତ ଭାବେ ରହୁଛି। ତାଲିବାନ ବିରୋଧୀ ସାମରିକ ମେଣ୍ଟ ନ୍ୟାସନାଲ ମୋବିଲାଇଜେସନ୍ ଫ୍ରଣ୍ଟ (ଏନ୍ଏମ୍ଏଫ୍) ମଧ୍ୟ ସ୍ୱୀକାର କରିଛି ଯେ ହମ୍ଜା ଏବଂ ତା'ର ସହଯୋଗୀମାନେ ବ୍ୟାପକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି।
ଉତ୍ତର ଆଫଗାନିସ୍ତାନରେ 'ପ୍ରିନ୍ସ ଅଫ୍ ଟେରର' କୁହାଯାଉଥିବା ହମଜା ନିଜ ବାହିନୀ ସହ ଲୁଚି ରହିଛନ୍ତି। ଏନଏମଏଫ ରିପୋର୍ଟ ୨୦୧୯ର ରିପୋର୍ଟକୁ ବିରୋଧ କରୁଛି ଯେଉଁଥିରେ ଦାବି କରାଯାଇଥିଲା ଯେ ହମଜା ଆମେରିକାର ଏୟାର ଷ୍ଟ୍ରାଇକ୍ରେ ନିହତ ହୋଇଛି।
ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଆତଙ୍କବାଦୀ ସଂଗଠନର କମାଣ୍ଡ ହାତକୁ ନେଇଥିବା ଅଲ୍ ଜୱାହିରୀଙ୍କ ସହ ହମଜା କାମ କରୁଥିଲା ବୋଲି କୁହାଯାଉଛି। ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଉପରେ ଆକ୍ରମଣ ସମ୍ପର୍କିତ ଅଡିଓ ଓ ଭିଡିଓ ବାର୍ତ୍ତା ଭାଇରାଲ୍ ହେବା ପରେ ହମଜାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ସେତେବେଳେ ତାଙ୍କ ମୃତ୍ୟୁର ସ୍ଥାନ ଓ ତାରିଖ ସ୍ପଷ୍ଟ ହୋଇନଥିଲା। ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷିତ ହମଜାଙ୍କୁ ଇରାନରେ ଗୃହବନ୍ଦୀ କରାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା।
ଅଧିକ ପଢ଼ନ୍ତୁ: ଏଲନ ମସ୍କଙ୍କ ଅଷ୍ଟ୍ରେଲିଆ ସରକାରଙ୍କ ପ୍ରତି ବିବାଦୀୟ ବୟାନ