ସିଓଲ୍: ଦକ୍ଷିଣ କୋରିଆରେ ମାର୍ଶାଲ ଲ' ଲାଗୁ କରିବା ଘଟଣାର ତଦନ୍ତ ପାଇଁ ପୁଲିସ ବୁଧବାର ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍-ସୁକ୍-ୟିଓଲଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କିମ୍ ନିଜ ଅଣ୍ଡରୱେୟାର ବ୍ୟବହାର କରି ଡିଟେନସନ୍ ସେଣ୍ଟରରେ ଜୀମନ ହାରିବାକୁ ଉଦ୍ୟମ କରିଛନ୍ତି। ଅଧିକାରୀଙ୍କ ବୟାନ ଦେଇ ଏହି ସୂଚନା ମିଳିଛି।
କୋରିଆନ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସିଓଲ ମେଟ୍ରୋପଲିଟାନ୍ ପୁଲିସ ଏବଂ ନ୍ୟାସନାଲ ଆସେମ୍ବଲି ପୁଲିସ ଗାର୍ଡଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସୂଚନା ଅନୁଯାୟୀ, ଦକ୍ଷିଣ କୋରିଆ ପୁଲିସ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଗତ ଡିସେମ୍ବର ୯ ତାରିଖରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍ ଙ୍କୁ ଦେଶ ଛାଡ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ଦେଶର ନ୍ୟାୟ ମନ୍ତ୍ରଣାଳୟ ଅନୁଯାୟୀ, ରାଷ୍ଟ୍ରପତି ୟୁନ୍ ଙ୍କ ବିରୋଧରେ ମାର୍ଶାଲ ଲ' ଘୋଷଣା ପାଇଁ ଆରମ୍ଭ ହୋଇଥିବା ତଦନ୍ତ ଯୋଗୁଁ ତାଙ୍କୁ ବିଦେଶ ଗସ୍ତ କିମ୍ବା ଦେଶ ଛାଡିବାକୁ ଅନୁମତି ଦିଆଯିବ ନାହିଁ।
ମନ୍ତ୍ରଣାଳୟ କହିଛି ଯେ ସେ ମାର୍ଶାଲ ଲ' ଲଗାଇ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଦେଶକୁ ବିଶୃଙ୍ଖଳା ଭିତରକୁ ଠେଲି ଦେଇଛନ୍ତି। ୟୁନ୍ ଙ୍କୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ପୁଣି ଥରେ ସଂସଦରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି।
ଦକ୍ଷିଣ କୋରିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କିମ୍ ୟୋଙ୍ଗ ହ୍ୟୁନ୍ଙ୍କୁ ଗତ ସପ୍ତାହରେ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍ ଏବଂ ଅନ୍ୟମାନଙ୍କ ସହ ମିଶି ମାର୍ଶାଲ ଲ' ଲାଗୁ କରିବା ଅଭିଯୋଗରେ ବୁଧବାର ଗିରଫ କରାଯାଇଛି। ସେମାନଙ୍କ କାର୍ଯ୍ୟ ବିଦ୍ରୋହ ସଦୃଶ କି ନାହିଁ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି।
ଅଧିକ ପଢ଼ନ୍ତୁ: କାଠଗଡ଼ାରେ ଛିଡ଼ା ହେଲେ ବେଞ୍ଜାମିନ ନେତାନ୍ୟାହୁ