ଦେଶ ଭିତରେ ହେଉ କି ବାହାରେ, ଦିନରେ ହେଉ ବା ରାତିରେ ବିନା ଭୟରେ ଦୁର୍ବୁତ୍ତ ଗୁଳିକାଣ୍ଡ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ସୂଚନା ଅନୁସାରେ, ଶନିବାର ଆମେରିକାସ୍ଥିତ ଜର୍ଜିଆର ରାଜଧାନୀ ଆଟଲାଣ୍ଟାଠାରେ ଗୁଳିକାଣ୍ଡ ହୋଇଛି । ଆଉ ଏହି ଗୁଳିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏହି ଗୁଳି ବିନିମୟ ଘଟଣା ପରେ ସ୍ଥାନୀୟ ଲୋକେ ହୋମିସାଇଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚାରଉଚରା କରିଥିଲେ ।
ଜଣେ ବ୍ୟକ୍ତି ଶନିବାର ଦିନ ଦ୍ୱିପ୍ରହରରେ ଆଟଲାଣ୍ଟାଠାରେ ଥିବା ଏକ ସପିଂ ମଲ୍ ନିକଟରେ ଗୁଳି ଚଲେଇବା ଆରମ୍ଭ କରିଥିଲା । ଯାହା ଫଳରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଦିନ ଦ୍ୱିପ୍ରହରରେ ଏଭଳି ଗୁଳିକାଣ୍ଡ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି କରିଦେଇଥିଲା । ସ୍ଥାନୀୟ ଲୋକମାନେ ଏଣେତେଣେ ଦୌଡ଼ି ପଳାଇଯାଇଥିଲେ । ପରେ ହୋମିସାଇଡ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ଆଗକୁ ପଢ଼ନ୍ତୁ : ସୁଇଜରଲ୍ୟାଣ୍ଡରେ ବୁର୍ଖା ବ୍ୟାନ, ନିୟମ ଉଲ୍ଲଙ୍ଘନ କଲେ ପଡିବ ଫାଇନ