ରାଷ୍ଟ୍ରପତି ଭବନରେ ପଶିଲା କରୋନା, ଆଇସୋଲେସନରେ ଋଷ ରାଷ୍ଟ୍ରପତି ପୁଟିନ୍‌
Khabar Odisha:Russian-President-Vladimir-Putin-in-isolation
ମସ୍କୋ, ସେପ୍ଟେମ୍ବର ୧୪(ଖବର ଓଡିଶା):

ରାଷ୍ଟ୍ରପତି ଭବନରେ ପଶିଲା କରୋନା । ଆଇସୋଲେସନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନ୍‌ଙ୍କ ଜଣେ ନିକଟତର କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପରେ ପୁଟିନ୍ ସତର୍କ ହୋଇଛନ୍ତି । ନିଜକୁ ସଙ୍ଗରୋଧରେ ରଖିଛନ୍ତି । ଫଳରେ ଚଳିତ ସପ୍ତାହରେ ତାଜିକିସ୍ତାନରେ ଥିବା ସୁରକ୍ଷା ବୈଠକରେ ଯୋଗ ଦେବେ ନାହିଁ । ଏନେଇ ମୁଖପାତ୍ର ଦିମିତ୍ରି ପେସ୍କୋଭ ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନଙ୍କ ନିକଟତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ପୁଟିନ୍ ନିଜକୁ ରାଷ୍ଟ୍ରପତି ଭବନରେ ଆଇସୋଲେସନରେ ରଖିଛନ୍ତି । ସେହିପରି ସୋମବାର ଋଷ ରାଷ୍ଟ୍ରପତି ଅନେକ ସାର୍ବଜନୀନ କାଯ୍ୟକ୍ରମରେ ସାମିଲ ହୋଇଥିଲେ । ପାରା ଅଲମ୍ପିକ୍ସ ବିଜେତାଙ୍କୁ ଭେଟି ସେମାନଙ୍କୁ ସମ୍ମାନିତ କରିଥିଲେ । 

ଏହାସହିତ ବେଲାରୁସ ସହ ସମନ୍ୱୟରେ ଆୟୋଜିତ ସୈନ୍ୟ ଅଭ୍ୟାସରେ ଭାଗ ନେଇଥିଲେ । ମାତ୍ର ଏହି ସମୟରେ ତାଙ୍କ ନିଟକତର ଲୋକ କରୋନା ପଜିଟିଭ୍ ଚିହ୍ନଟ ପରେ ପୁଟିନ ନିଜର କରୋନା ପରୀକ୍ଷା କରାଇଥିଲେ । ମାତ୍ର ରିପୋର୍ଟ ନେଗେଟିଭ ଆସିଛି ।

  • Tags:

Subscribe

National International State Sports Entertainment