ନୂଆଦିଲ୍ଲୀ: କ୍ୟାନସର ଭ୍ୟାକ୍ସିନ ବିକଶିତ କରିଥିବା ଘୋଷଣା କରିଛି ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଆସନ୍ତା ବର୍ଷ ଆରମ୍ଭରେ ଏହି ଭ୍ୟାକ୍ସିନ ରୁଷ ନାଗରିକମାନଙ୍କୁ ମାଗଣାରେ ଦିଆଯିବ । କିନ୍ତୁ ଏହି ଭ୍ୟାକ୍ସିନ କ୍ୟାନସର ରୋଗୀଙ୍କଠାରେ ଲଗାଯିବ ନାହିଁ ବରଂ ଲୋକଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ବ୍ୟବହାର କରାଯିବ । ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଆଣ୍ଡ୍ରି କାପ୍ରିନ ବୁଧବାର ଏହାର ସୂଚନା ଦେଇଛନ୍ତି । କିନ୍ତୁ ଏହି ଭ୍ୟାକ୍ସିନକୁ ନେଇ ଏବେ ବି ଅନେକ ପ୍ରଶ୍ନ ରହିଛି । ଏହା କେଉଁ ଧରଣ କ୍ୟାନ୍ସରର ଚିକିତ୍ସା କରିବ ଏବଂ ଏହାର ନାମ କଣ ରହିବ ତାକୁ ନେଇ ମଧ୍ୟ କିଛି ସ୍ପଷ୍ଟ ହୋଇ ନାହିଁ ।
ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡାର ଗିଣ୍ଟସବର୍ଗ ଭ୍ୟାକ୍ସିନକୁ ନେଇ କହିଛନ୍ତି ଯେ, ଭ୍ୟାକ୍ସିନର ପ୍ରି କ୍ଲିନିକଲ ଟ୍ରାଏଲ କରାଯାଇଛି । ଏହି ସମୟରେ ଜଣା ପଡିଛି ଯେ, ଏହି ଭ୍ୟାକ୍ସିନ ଟ୍ୟୁମରର ବିକାଶ ଓ ସମ୍ଭାବିତ ମେଟାଷ୍ଟେମିସକୁ ଉପଶମ ପ୍ରଦାନ କରୁଛି । ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ, ରୁଷ ବୈଜ୍ଞାନିକ କ୍ୟାନ୍ସର ପାଇଁ ଟିକା ବିକଶିତ କରିବାର ନିକଟତର ହୋଇ ସାରିଛନ୍ତି । ଏହି ଭ୍ୟାକ୍ସିନ ଖୁବ ଶୀଘ୍ର ରୋଗୀଙ୍କ ପାଇଁ ଉପଲବ୍ଧ ହୋଇପାରେ ।
ଏହି ନୂତନ ଭ୍ୟାକ୍ସିନକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ ଯେ, ଏହା କେଉଁ ପ୍ରକାରର କ୍ୟାନ୍ସରର ଚିକିତ୍ସାରେ ସହାୟକ ହେବ । ଏପରିକି ଏ ପର୍ଯ୍ୟନ୍ତ ଏହାର ନାମ କଣ ରହିବ କୁହାଯାଇ ନାହିଁ । ଅନେକ ଦେଶ ମଧ୍ୟ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଅନେକ ଦେଶ ମଧ୍ୟ ଏହି ଧରଣର ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ।