ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏବଂ ଭି. ଶିବଦାସନଙ୍କ ପ୍ରଶ୍ନର ଉତ୍ତରରେ ଜଣାପଡ଼ିଛି ଯେ ୨୦୨୬ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ମଲେସିଆ, ଇସ୍ରାଏଲ, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ, ଇଟାଲୀ, ଫ୍ରାନ୍ସ, ସ୍ଲୋଭାକ୍ ରିପବ୍ଲିକ୍ ଗସ୍ତରେ ଯାଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଛ ହୁଏ, ଏହି ପ୍ରଶ୍ନ ଅନେକ ସମୟରେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଥାଏ। ଏବେ ସରକାର ରାଜ୍ୟସଭାରେ ୨୦୨୧ ରୁ ୨୦୨୬ (ଜୁଲାଇ ପର୍ଯ୍ୟନ୍ତ) ସମସ୍ତ ବିଦେଶ ଗସ୍ତର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି ଯେ କେଉଁ ବର୍ଷ କେଉଁ ଦେଶ ଗସ୍ତ ହୋଇଥିଲା, ପ୍ରତ୍ୟେକ ଯାତ୍ରାରେ କେତେ ଖର୍ଚ୍ଛ ହୋଇଛି ଏବଂ ସେହି ଗସ୍ତଗୁଡ଼ିକ ସମୟରେ କେତେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ସରକାରୀ ତଥ୍ୟ ଅନୁଯାୟୀ, ୨୦୨୧ ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଯାତ୍ରାରେ ପ୍ରାୟ ୫୫୪ କୋଟି ଟଙ୍କା ଖର୍ଚ୍ଛ ହୋଇଛି। ତେବେ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କିଛି ଯାତ୍ରାର ବିଲ୍ ଏପର୍ଯ୍ୟନ୍ତ ବାକି ଅଛି, ତେଣୁ ଚୂଡ଼ାନ୍ତ ପରିମାଣରେ ଆଗକୁ ପରିବର୍ତ୍ତନ ହୋଇପାରେ।
ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏବଂ ଭି. ଶିବଦାସନଙ୍କ ପ୍ରଶ୍ନର ଉତ୍ତରରେ ଜଣାପଡ଼ିଛି ଯେ ୨୦୨୬ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ମଲେସିଆ, ଇସ୍ରାଏଲ, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ, ଇଟାଲୀ, ଫ୍ରାନ୍ସ, ସ୍ଲୋଭାକ୍ ରିପବ୍ଲିକ୍, ସେସେଲ୍ସ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିଲେ।
କେଉଁ ଦେଶ ଗସ୍ତରେ କେତେ ଖର୍ଚ୍ଛ ହେଲା?
ମଲେସିଆ ଗସ୍ତରେ ୫.୫୭ କୋଟି, ଇସ୍ରାଏଲ ଗସ୍ତରେ ୧୧.୯ କୋଟି, ୟୁଏଇ ଗସ୍ତରେ ୧.୯ କୋଟି, ନେଦରଲ୍ୟାଣ୍ଡ ଗସ୍ତରେ ୩.୫୯ କୋଟି ଟଙ୍କା ଖର୍ଚ୍ଛ ହୋଇଛି। ସେହିପରି ମୋଦୀଙ୍କ ନରୱେ ଗସ୍ତରେ ୧୭.୫୯ କୋଟି ଟଙ୍କା ଖର୍ଚ୍ଛ ହୋଇଛି।