ୟୁରୋପୀୟ ସଂଘରୁ ବ୍ରିଟେନ ବାହାର, ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଚୁକ୍ତିନାମାରେ କଲେ ହସ୍ତାକ୍ଷର
Khabar Odisha:National-news-British-Prime-Minister-Boris-Johnson-Signed-Agreement-To-Exit-EU-Brexit
ଲଣ୍ଡନ,ଜାନୁଆରୀ ୨୫ (ଖବର ଓଡ଼ିଶା):

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ୟୁରୋପୀୟ ସଂଘ (ଇୟୁ)ରୁ ବାହାର ହେବା ପାଇଁ ରାଜିନାମାରେ ହସ୍ତାକ୍ଷର କରିଛନ୍ତି । କୁହାଯାଉଛି ଯେ ବ୍ରିଟେନ ଇୟୁରୁ ବାହାର ହେବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଚୁକ୍ତିନାମା ଉପରେ ହସ୍ତାକ୍ଷର କରି ଜନ୍‌ସନ୍‌ କହିଛନ୍ତି ଯେ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । 2016ରେ ଜନମତ ସଂଗ୍ରହର ପରିମାଣ ଶେଷରେ ଲାଗୁ ହେବାକୁ ଯାଉଛି । 

ସେ କହିଛନ୍ତି ଯେ ଆଶା ରହିଛି ଯେ ଏହାଦ୍ୱାରା ଉଭୟ (ୟୁକେ ଏବଂ ଇୟୁ) ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁକ୍ତି ଏବଂ ମତଭେଦରେ ହ୍ରାସ ହେବ । ରାଜିନାମା ପରେ ପରେ ଜନ୍‌ସନ୍‌ ସରକାର ଜାନୁୟାରୀ 31 ସୁଦ୍ଧା ବ୍ରିଗ୍‌ଜିଟ୍ ଡିଲ ପୁରଣ କରିପାରିବ । ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ଦିନ ପୂର୍ବରୁ ୟୁରୋପୀୟ ସଂଘର ନେତାମାନେ ମଧ୍ୟ ବ୍ରିଟେନକୁ ବାହାର କରିବା ଦସ୍ତାବିଜ ଉପରେ ହସ୍ତାକ୍ଷର କରିଥିଲେ । 

ଜାନୁୟାରୀ 31 ପରେ 11 ମାସର ଟ୍ରାଞ୍ଜିଶନ ପିରିୟଡ ରଖାଯାଇଛି । ଏହି ସମୟରେ ବ୍ରିଟେନ ୟୁରୋପୀୟ ସଂଘର ସଦସ୍ୟ ରହିବନି, କିନ୍ତୁ ତାକୁ ନିୟମ ଗୁଡ଼ିକୁ ପାଳନ କରିବାକୁ ପଡ଼ିବ ଏବଂ ବଜେଟ୍‌ରେ ଯୋଗଦାନ ଦେବ । ଟ୍ରାଞ୍ଜିଶନ ପିରିୟଡ ଏଥିପାଇଁ ରଖାଯାଇଛି କାରଣ ବ୍ରିଟେନ ଏବଂ ଇୟୁ ବ୍ୟବସାୟ ରାଜନାମା ସହ ଭବିଷ୍ୟରେ ସମ୍ୱନ୍ଧ ଉପରେ ଆଲୋଚନା କରିପାରିବେ । ଟ୍ରାଞ୍ଜିଶନ ପିରିୟଡ ଫେବ୍ରୁଆରୀ 1ରୁ ଆରମ୍ଭ ହେବ । 

ଜାନୁୟାରୀ 29ରେ ବ୍ରିଟିଶ ସଂସଦରେ ୟୁରୋପରୁ ବାହାର ହେବା ରାଜିନାମା ଉପରେ ଚର୍ଚ୍ଚା ଏବଂ ଭୋଟିଂ ହେବ । ୟୁରୋପର ସଂସଦରେ ମଧ୍ୟ ଏହି ଦିନ ୟୁକେକୁ ବାହାର କରିବାରେ ଭୋଟିଂ ହେବ, ଏହା କେବଳ ଔପଚାରିକ ହେବ କାରଣ ୟୁରୋପର ଅଧିକାଂଶ ନେତା ବ୍ରିଟେନକୁ ଇୟୁରୁ ବାହାର କରିବା ନିଷ୍ପତ୍ତିରେ ସହମତି ଜଣାଇଛନ୍ତି । 

ବ୍ରିଟେନର ଜନତା 28 ଦେଶର ୟୁରୋପୀୟ ସଂଘରୁ 2016 ଜୁନ ମାସରେ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ । ଏହାପରେ ଇୟୁ ୟୁକେରୁ ଅଲଗା ହେବା ପାଇଁ 2018 ମାର୍ଚ୍ଚ 31 ପର୍ଯ୍ୟନ୍ତ ସମୟ ଦେଇଥିଲା । କିନ୍ତୁ, ସେହି ସମୟରେ ବ୍ରିଟେନ ସାଂସଦମାନେ ୟୁରୋପରୁ ବାହାର ହେବା ପାଇଁ ସରକାରଙ୍କ ସର୍ତ୍ତକୁ ନାମଞ୍ଜୁର କରିଥିଲେ ।  ଅନେକ ବର୍ଷରୁ ଜାରି ରହିଥିବା ଯୁକ୍ତି ପରେ ଶେଷରେ ସଂସଦ ଇୟୁରୁ ବ୍ରିଟେନକୁ ଅଲଗା ହେବାର ବ୍ରିଗ୍‌ଜିଟ୍‌ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ମହାରାଣୀ ଏଲିଜାବେଥ ଦ୍ୱିତୀୟ ଗୁରୁବାର ସଂସଦରୁ ପାରିତ ଐତିହାସିକ ବିଡ୍ରାଲ ଆଗ୍ରିମେଣ୍ଟ ବିଲକୁ ଆଇନଗତ ରୁପେ ମଞ୍ଜୁରୀ ଦେବାର ଔପଚାରିକତା ପୂରଣ କରିଥିଲେ । ଏହାସହ ଜାନୁୟାରୀ ଶେଷରେ ବ୍ରିଟେନର ୟୁରୋପୀୟ ସଂଘରୁ ବାହାର ହେବା ଏକ ପ୍ରକାଶ ନିଶ୍ଚିତ ହୋଇଛି । 

Subscribe

National International State Sports Entertainment