ଓମିକ୍ରନ୍‌ ପାଇଁ କଟକଣା ଜାରି କଲା ୟୁଏଇ, ଟିକା ନେଇ ନଥିଲେ ବିମାନରେ ଯାତ୍ରା ମନା
Khabar Odisha:Nation-UAE-announces-travel-ban-on-unvaccinated-citizens-amid-Omicron-scare

ନୂଆଦିଲ୍ଲୀ, ଜାନୁଆରୀ ୦୨ (ଖବର ଓଡ଼ିଶା): କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପାଇଁ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢ଼ିଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ୟୁଏଇ ବିମାନ ଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି। ଟିକା ନେଇ ନ ଥିବା ଲୋକ ବିମାନ ଯାତ୍ରା କରିପାରିବେ ନାହିଁ ବୋଲି କହିଛି। ଅର୍ଥାତ ଆସନ୍ତା ୧୦ ତାରିଖ ଠାରୁ ଟିକା ନେଇ ନଥିଲେ ୟୁଏଇର ଲୋକେ ବିମାନ ଯାତ୍ରା କରିପାରିବେ ନାହିଁ। ନ୍ୟଶସନାଲ ଇର୍ମାରଜେନ୍ସି କ୍ରାଇସିସ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ଶନିବାର ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। 

ଆମେରିକା ଏବଂ ୟୁରୋପୀୟ ଦେଶ ଗୁଡ଼ିକରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ୟୁଏଇ ସରକାର ଗୁରୁ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇଥିବାରୁ ବିଶ୍ବରେ ଅନେକ ସମୟରେ ଅନ୍ତର୍ଜାତୀୟ ବିମାନ ରଦ୍ଦ କରିବାକୁ ପଡ଼ିଛି। 

 

 

  • Tags:

Subscribe

National International State Sports Entertainment