ବିଶ୍ୱରେ କରୋନା କବଳରେ କୋଟିଏ ଲୋକ, ଭାଇରସ ନେଲାଣି ୫ ଲକ୍ଷରୁ ଅଧିକ ଜୀବନ
Khabar Odisha:Nation-Corona-virus-death-toll-reaches-500-lakh-100-crore-people-detected-in-world-wide

ନୂଆଦିଲ୍ଲୀ, ଜୁନ ୨୮ (ଖବର ଓଡ଼ିଶା): କରୋନା ଭାଇରସ ବିଶ୍ୱବାସୀଙ୍କୁ ଆହୁରି ଅଧକ କଲବଲ କରୁଛି । ବିଶ୍ୱବ୍ୟାପୀ ରବିବାର ସକାଳ ସାଢ଼େ ୬ଟା ସୁଦ୍ଧା କୋଟିଏ ୭୫ ହଜାର ୧୧୫ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୨୨୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସରେ ସଂକ୍ରମିତ ୫୪ ଲକ୍ଷ ୫୩ ହଜାର ୨୪୭ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୪୧ ଲକ୍ଷ ୨୧ ହଜାର ୨୪୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ  ୫୭ ହଜାର ୭୪୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । 

ଚୀନର ଉହାନ ସହରରୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ ଆମେରିକୀୟଙ୍କୁ ଅଧିକ ଯନ୍ତ୍ରଣା ଦେଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ ଲକ୍ଷ ୯୬ ହଜାର ୫୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୨୮ ହଜାର ୧୫୨ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷେ ୧୦ ଲକ୍ଷ ୮୦ ହଜାର ୧୩୬ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଲକ୍ଷ ୮୮ ହଜାର ୨୪୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୫ ହଜାର ୮୧୬ ଜଣ ଗୁରୁତର ଥିବା ଜଣାଯାଇଛି ।  

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧୩ ଲକ୍ଷ ୧୫ ହଜାର ୯୪୧ ସଂକ୍ରମିତ, ୫୭ ହଜାର ୧୦୩ ମୃତ

ଋଷିଆ: ୬ ଲକ୍ଷ ୨୭ ହଜାର ୬୪୬ ଜଣ ସଂକ୍ରମିତ, ୮ ହଜାର ୯୬୯ ଜଣ ମୃତ

ବ୍ରିଟେନ: ୩ ଲକ୍ଷ ୧୦ ହଜାର ୨୫୦ ସଂକ୍ରମିତ, ୪୩ ହଜାର ୫୧୪ ଜଣ ମୃତ

ସ୍ପେନ: ୨ ଲକ୍ଷ ୯୫ ହଜାର ୫୪୯ ଜଣ ସଂକ୍ରମିତ, ୨୮ ହଜାର ୩୪୧ ମୃତ

ପେରୁ: ୨ ଲକ୍ଷ ୭୫ ହଜାର ୯୮୯ ଜଣ ସଂକ୍ରମିତ, ୯ ହଜାର ୧୩୫ ମୃତ

ଚିଲି: ୨ ଲକ୍ଷ ୬୭ ହଜାର ୭୬୬ ସଂକ୍ରମିତ, ୫ ହଜାର ୩୪୭ ଜଣ ମୃତ

ଇଟାଲୀ: ୨ ଲକ୍ଷ ୪୦ ହଜାର ୧୩୬ ସଂକ୍ରମିତ, ୩୪ ହଜାର ୭୧୬ ମୃତ

ଇରାନ: ୨ ଲକ୍ଷ  ୨୦ ହଜାର ୧୮୦ ସଂକ୍ରମିତ, ୧୦ ହଜାର ୩୬୪ ଜଣ ମୃତ 

ପାକିସ୍ତାନ: ୧ ଲକ୍ଷ ୯୮ ହଜାର ୮୮୩ ଜଣ ସଂକ୍ରମିତ, ୪ ହଜାର ୩୫ ମୃତ

 

  • Tags:

Subscribe

National International State Sports Entertainment