ନୂଆଦିଲ୍ଲୀ: ପୂର୍ବତନ ମିସ୍ ସୁଇଜରଲାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋଜିମୋଭିକ୍ଙ୍କୁ ତାଙ୍କ ସ୍ୱାମୀ ତାଙ୍କ ଘରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ୱାମୀଙ୍କ ନାମ ଥୋମାସ, ଯିଏ କି ପତ୍ନୀ କ୍ରିଷ୍ଟିନାଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ଖାଲି ସେତିକି ନୁହେଁ ନିଜ ଅପରାଧକୁ ଲୁଚାଇବା ପାଇଁ ପତ୍ନୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଦେବା ପରେ ତାଙ୍କ ଶରୀରର ଅଙ୍ଗକୁ ଏକ ମିକ୍ସରରେ ପେଷି ତାକୁ ଏସିଡ୍ୟ ରେ ଭର୍ତ୍ତି କରି ଅପରାଧକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା।
ଅଭିଯୁକ୍ତ କିନ୍ତୁ ପୁଲିସ ଆଖିରୁ ସେ ବର୍ତ୍ତି ପାରିନଥିଲେ। ଶେଷରେ ପୁଲିସ ତାକୁ ଧରିଥିଲା, ଯେଉଁଠାରେ ସେ ନିଜର ଅପରାଧ ସ୍ୱୀକାର କରିଥିଲା। କିନ୍ତୁ ପଚରାଉଚରାରେ ସେ ପୁଲିସକୁ ଯାହା କହିଥିଲେ ତାହା ଦେଖି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏଥିସହିତ ଆତ୍ମରକ୍ଷା ପାଇଁ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ଭୟଭୀତ ହୋଇ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ଦେଇଥିବା କହିଛନ୍ତି।
ଫେବ୍ରୁଆରି ମାସରେ ଜୋକ୍ସିମୋଭିଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ପରେ ଏହି ଜଘନ୍ୟ ଅପରାଧ ପଦାକୁ ଆସିଥିଲା। କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଜାଣିବାକୁ ପାଇଥିଲେ ଯେ ତାଙ୍କୁ କ୍ଷତବିକ୍ଷତ କରିବା ପୂର୍ବରୁ ଗଳା କାଟି ଦିଆଯାଇଥିଲା। ଏହି ଅପରାଧରେ ଥୋମାସଙ୍କୁ ପୁଲିସ ଗିରଫ କରିଥିଲା। ଏଥିସହ ଥୋମାସ କୋର୍ଟରୁ ଜାମିନ ମାଗିଥିଲେ, ଯାହାକୁ ଫେଡେରାଲ କୋର୍ଟ ଖାରଜ କରିଦେଇଥିଲେ।
ସୁଇସ୍ ମିଡିଆ ସଂସ୍ଥା ଟୁଡେ ରିପୋର୍ଟ କରିଛି ଯେ ଥୋମାସ୍ ତାଙ୍କ ପତ୍ନୀଙ୍କ ମୃତଦେହକୁ କରତ, ଛୁରି ଏବଂ ବଗିଚା କଇଁଚି ସାହାଯ୍ୟରେ ଖଣ୍ଡବିଖଣ୍ଡିତ କରିଛନ୍ତି। ପରବର୍ତ୍ତୀ ସମୟରେ ସେ ସେହି ଅବଶିଷ୍ଟ ଅଂଶଗୁଡ଼ିକୁ ଏକ ରାସାୟନିକ ଦ୍ରବଣରେ ପକାଇ ଗଳିତ କରିଥିଲେ। ଅଧିକାରୀମାନେ ମଧ୍ୟ ତାଙ୍କ ଅପରାଧର ବର୍ବରତାକୁ ଦେଖି ଭୟଭୀତ ହୋଇଯାଇଥିଲେ।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମନେ ପକାଇଲେ ରୁଷ୍ ରାଷ୍ଟ୍ରପତି