ୱାଶିଂଟନ୍: ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ନିର୍ବାଚନରୁ ନିଜର ପ୍ରାର୍ଥିତ୍ବ ଫେରାଇ ନେବା ପରେ ସୋମବାର କମଳା ଦେବୀ ହାରିସ୍ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କ ଅଭିଜ୍ଞତାକୁ ବହୁତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବାଇଡେନ୍ ଅନେକ ରାଷ୍ଟ୍ରପତିଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏକି ୨ଟି କାର୍ଯ୍ୟକାଳ ପୂରା କରିଛନ୍ତି। ବାଇଡେନ୍ କମଳା ହାରିସଙ୍କୁ ରାଷ୍ଟ୍ରପତି ପଦ ପାଇଁ ନିଜର ସମର୍ଥନ ଦେଇଛନ୍ତି। ଏହା ପରେ ସେ ଅଭିଯାନରେ ପାଖାପାଖି ୫୦ ମିଲିଅନ ଡଲାର ଏକତ୍ର କରୁଛନ୍ତି।
ନ୍ୟାସନାଲ କଲିଜିଏଟ୍ ଏଥଲେଟିକ୍ ଆସୋସିଏଶନ (ଏନ୍ସିଏଏ) ଚାମ୍ପିଅନ ଟିମ୍କୁ ସମ୍ମାନିତ କରିବା ଅବସରରେ କମଳା ହାରିସ କହିଛନ୍ତି, ଗତ ୩ ବର୍ଷରେ ବାଇଡେନ୍ଙ୍କ ଉପଲବ୍ଧି ଐତିହାସିକ ହୋଇପାରିଛି।
କମଳା ହାରିସ କହିଛନ୍ତି, ସେ (ବାଇଡେନ୍ଙ୍କ ପୁଅ ଭ୍ୟୁ) ମୋତେ କହୁଥିଲେ, ସେ (ବାଇଡେନ୍) କେଉଁ ପ୍ରକାରର ପିତା ଓ କେଉଁ ପ୍ରକାରର ମଣିଷ। ବ୍ୟୁ ନିଜର ପିତାଙ୍କ ଠାରେ ଯେଉଁ ଗୁଣର ସମ୍ମାନ କରୁଥିଲେ, ସେହି ଗୁଣ ମୁଁ ନିଜର ରାଷ୍ଟ୍ରପତିଙ୍କ ଠାରେ ପ୍ରତିଦିନ ଦେଖୁଛି। ତାଙ୍କର ନିଷ୍ଠା, ନିଜ ଉପରେ ବିଶ୍ବାସ ଓ ନିଜ ପରିବାର ପ୍ରତି ପ୍ରତିବଦ୍ଧତା, ତାଙ୍କର ବିଶାଳ ହୃଦୟ ଓ ଭଲ ପାଇବା, ଆମ ଦେଶ ପ୍ରତି ଗଭୀର ଭଲପାଇବା ଏବଂ ପ୍ରତକ୍ଷ୍ୟ ଭାବେ ସାକ୍ଷୀ ଯେ, ଆମର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତ୍ୟେକ ଦିନ ଆମେରିକୀୟ ଲୋକଙ୍କ ପାଇଁ ଲଢ଼େଇ କରନ୍ତି।