ଭୁକମ୍ପରେ ଥରିଲା ଜାପାନ । ମଙ୍ଗଳବାର ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନର ପାଣିପାଗ ବିଭାଗ ପକ୍ଷରୁ ଏହି ଭୁକମ୍ପର ସୂଚନା ଦିଆଯାଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରେ ରେକର୍ଡ କରାଯାଇଥିଲା । ଏହି ଭୂକମ୍ପ ଉତ୍ତର ଜାପାନର ଇୱାତେ ଏବଂ ଆଓମୋରି ପ୍ରଦେଶରେ ଅନୁଭୂତ ହୋଇଥିଲା । ଭୂମିକମ୍ପ ଅନୁଭୂତ ହେବାମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଆସିଥିଲେ ।
ଜାପାନର ପାଣିପାଗ ସୂଚନା ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଇୱାତେ ପ୍ରିଫେକ୍ଟରର ଉତ୍ତର ଭାଗ ଅଟେ । ଏହି ଭୂକମ୍ପ ଫଳରେ ବର୍ତ୍ତମାନ ସୁଦ୍ଧା ଜନଜୀବନ କିମ୍ବା ସମ୍ପତ୍ତି ନଷ୍ଟ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ତେବେ ଜାପାନ ହେଉଛି ଏଭଳି ଏକ ଦେଶ ଯେଉଁଠି ବର୍ଷ ତମାମ ଅଧିକାଂଶ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥାଏ । ପୂର୍ବରୁ ମଧ୍ୟ ଜାପାନରେ ଭୂମିକମ୍ପ ହେବା ଦ୍ୱାରା ଅନେକ ଜନଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି । ସେଥିପାଇଁ ଜାପାନର ପାଣିପାଗ ବିଭାଗ ପକ୍ଷରୁ ସର୍ବଦା ସତର୍କ ହୋଇରହିବାକୁ ପରାମର୍ଶ ଦିଆଯାଇଥାଏ ।
ଅଧିକ ପଢନ୍ତୁ :କୋଷ୍ଟାରିକାରେ ଭୁକମ୍ପର ଝଟକା