କୋଷ୍ଟାରିକାରେ ଭୁକମ୍ପର ଝଟକା । ଶନିବାର କୋଷ୍ଟାରିକାର ସାନ ଜୋସେ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ହେବ ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଏହି ଭୁକମ୍ପର ତୀବ୍ରତା ୪.୭ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ।
ଭୂମଧ୍ଯସାଗରୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଦିନ ୧୨:୩୪ ରେ ଭୂକମ୍ପ ଅନୁଭୂତ ହୋଇଥିଲା । ପାଖାପାଖି ୨୬ କିଲୋମିଟର ଗଭୀରତାରେ ହୋଇଥିଲା I କ୍ୟୁପୋସ୍, ତେଜର, ସାନ୍ ରାଫେଲ୍ ଆବାଜୋ, ଆସେରୀ,ରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା I ବର୍ତ୍ତମାନ ସୁଦ୍ଧା, କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ଲଗାତାର ଭାବେ ଭୂକମ୍ପ ହେଉଥିବାରୁ ସମସ୍ତଙ୍କୁ ସତର୍କ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ :ଆଫଗାନିସ୍ତାନରେ ୪.୨ ତୀବ୍ରତାର ଭୂକମ୍ପ