ଖାନ୍ ୟୁନିସ୍: ଦକ୍ଷିଣ ଗାଜାର ଖାନ୍ ୟୁନିସ୍ ଅଞ୍ଚଳରେ ଇସ୍ରାଏଲ ସେନା କ୍ରମାଗତ ହିଂସା ଜାରି ରଖିଛି ଏବଂ ଏହି ସମଗ୍ର ଅଞ୍ଚଳରେ ୪୭ ଜଣ ପ୍ରାଣ ହରାଇଛନ୍ତି। ଖାନ୍ ୟୁନିସ୍ ଅଞ୍ଚଳର ଉତ୍ତର ଭାଗରେ ବୁଧବାର ଇସ୍ରାଏଲ୍ ଟ୍ୟାଙ୍କ୍ ପ୍ରବେଶ କରିଥିଲା। ପାଲେଷ୍ଟାଇନ୍ ଡାକ୍ତରମାନେ କହିଛନ୍ତି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍୍ରେ ଏହି ଅଞ୍ଚଳରେ ଅତି କମରେ ୪୭ ଜଣ ପ୍ରାଣ ହରାଇଛନ୍ତି।
ଇସ୍ରାଏଲ ସେନା ନୂଆ ସ୍ଥାନାନ୍ତର ନିର୍ଦ୍ଦେଶ ଜାରି କରିବାର ଗୋଟିଏ ଦିନ ପରେ ଏହି ଟ୍ୟାଙ୍କଗୁଡ଼ିକ ସ୍ଥାନାନ୍ତର କରାଯାଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଆବାସିକ ଅଂଚଳ ନିକଟରେ ଗୁଳି ମାଡ଼ ହେବାରୁ ପରିବାର ଲୋକେ ଘର ଛାଡ଼ି ଶିବିରକୁ ଚାଲି ଯାଇଥିଲେ।
ପାଲେଷ୍ଟାଇନ ଏବଂ ଜାତିସଂଘର ଅଧିକାରୀମାନେ କହିଛନ୍ତି ଯେ ଗାଜାରେ କୌଣସି ସୁରକ୍ଷିତ ଅଞ୍ଚଳ ନାହିଁ ଏବଂ ଏହାର ୨୦ ଲକ୍ଷରୁ ଅଧିକ ଲୋକଙ୍କ ମଧ୍ୟରୁ ଅଧିକାଂଶ ଏକାଧିକ ଥର ବିସ୍ଥାପିତ ହୋଇଛନ୍ତି। ଆବାସିକ ଅଂଚଳ ନିକଟରେ ଗୁଳିମାଡ଼ ହେବାରୁ ପରିବାର ଲୋକେ ଘର ଛାଡ଼ି ଶିବିରକୁ ଚାଲି ଯାଇଥିଲେ। ଅଲ୍-ମାୱାସିର ଏକ ଟେଣ୍ଟ କ୍ୟାମ୍ପ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ଅତି କମ୍ରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବେସାମରିକ ଜରୁରୀକାଳୀନ ସେବା କହିଛି ଯେ ଆକ୍ରମଣ ଯୋଗୁଁ ବିସ୍ଥାପିତ ପରିବାରର ଅନେକ ଟେଣ୍ଟରେ ନିଆଁ ଲାଗିଯାଇଥିଲା।
ଇସ୍ରାଏଲ ସେନା କହିଛି ଯେ ଖାନ୍ ୟୁନିସର ମାନବିକତା ଅଞ୍ଚଳରୁ ସକ୍ରିୟ ଥିବା ହାମାସର ବରିଷ୍ଠ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ପରେ ଦ୍ବିତୀୟ ବିସ୍ଫୋରଣକୁ ଚିହ୍ନଟ କରାଯାଇଥିଲା, ଯାହା ସେହି ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ଥିବା ସୂଚାଉଛି।
ଇସ୍ରାଏଲର ଅନ୍ୟ ଏକ ଏୟାରଷ୍ଟ୍ରାଇକ୍ ଗାଜା ସିଟିର ୩ଟି ଘରକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା ବେଳେ ଏଥିରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନେକ ଆହତ ହୋଇଛନ୍ତି ବୋଲି ଏହି ଅଞ୍ଚଳର ଜରୁରୀକାଳୀନ ସେବା କହିଛି। ଅନେକ ପୀଡ଼ିତ ଭଗ୍ନାବଶେଷ ତଳେ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଇତିହାସ ରଚିଲା ଏହି ଆଫ୍ରିକୀୟ ଦେଶ