ନୂଆଦିଲ୍ଲୀ: ନାମିବିଆକୁ ମିଳିଲା ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି। ସ୍ଵୋପ ଦଳର ସଭାନେତ୍ରୀ ନେତୁମ୍ବୋ ନନ୍ଦୀ ନଦୈତୱା ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି। ସେ ପୂର୍ବରୁ ଦେଶର ଉପରଷ୍ଟ୍ରପତି ଭାବେ କାର୍ଯ୍ୟରତ ଥିଲେ।
ସୂଚନାନୁଯାୟୀ ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷିତ ହୋଇଥିଲା। ବିଜୟ ଲାଭ କରିବାପାଇଁ ୫୦ ପ୍ରତିଶତ ଭୋଟ୍ ଆବଶ୍ୟକ ରହିଥିଲା। ହେଲେ ସ୍ଵୋପ ଦଳ ୫୭ ପ୍ରତିଶତ ମତ ଲାଭ କରି ବିଜୟୀ ହୋଇଥିଲା। ନେତୁମ୍ବୋ ନିଜର ବିପକ୍ଷ ଦଳକୁ ଧରାଶାୟୀ କରି ଏହି ବିଜୟ ନିଜ ନାମରେ ନାମିତ କରିଛନ୍ତି। ବିପକ୍ଷ ଦଳ ମାତ୍ର ୨୬ ପ୍ରତିଶତ ଭୋଟ ପାଇଥିଲେ।
ନାମିବିଆ, ଆଫ୍ରିକା ମହାଦେଶର ଦକ୍ଷିଣ-ପଶ୍ଚିମ ଉପକୂଳରେ ଅବସ୍ଥିତ। ଏହି ଦେଶ ୧୯୯୦ମସିହାରେ ଦକ୍ଷିଣ ଆଫ୍ରିକା ଶାସନରୁ ସ୍ୱାଧୀନ ହୋଇଥିଲା। ସେହି ସମୟରୁ ନେତୁମ୍ବୋ ସକ୍ରିୟ ରାଜନୀତିର ଏକ ପ୍ରମୁଖ ଅଂଶ ହୋଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରି ସେ ନିଜର ସ୍ଥିତି ସୁଦୃଢ କରିଛନ୍ତି। ତେବେ ତାଙ୍କ ବିଜୟ ବିପକ୍ଷରେ ବିରୋଧୀ ଦଳ ଠକେଇ ଅଭିଯୋଗ ଆଣିଛି। ଏହି ମାମଲା ସଂକ୍ରାନ୍ତରେ ବିରୋଧୀ ଦଳ ଆଇପିସି ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସୂଚିତ କରିଛି।