ନୂଆଦିଲ୍ଲୀ: ଗାଜାରେ ଦକ୍ଷିଣ ଲେବାନନ ପରେ ଇସ୍ରାଏଲ ସେନା ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ଲିକ୍ ହୋଇଥିବା ଆମେରିକାର ଦୁଇଟି ଗୁଇନ୍ଦା ଦସ୍ତାବିଜରୁ ଜଣାପଡିଛି ଯେ ଇସ୍ରାଏଲ ସେନା ଇରାନ ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି। ଲିକ୍ ହୋଇଥିବା ଦସ୍ତାବିଜ ଅନୁଯାୟୀ ନ୍ୟୁୟର୍କ ଟାଇମ୍ସ ଏହି ଖବର ପ୍ରକାଶ କରିଛି। ଖବର ଅନୁଯାୟୀ, ଆମେରିକା ଉପଗ୍ରହରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ଇସ୍ରାଏଲ ନିଜର ସେନାକୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ କରୁଛି।
ଅକ୍ଟୋବର ୧୫ ଓ ୧୬ ତାରିଖରେ ଇରାନକୁ ସମର୍ଥନ କରୁଥିବା କିଛି ଆକାଉଣ୍ଟରୁ କିଛି ଦସ୍ତାବିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଥିଲା। ଦସ୍ତାବିଜ ଅନୁଯାୟୀ, ଇସ୍ରାଏଲ ସେନା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମରିକ ଅଭ୍ୟାସରେ ନିୟୋଜିତ ରହିଛି। ନ୍ୟାସନାଲ ଜିଓସ୍ପେସିଆଲ-ଇଣ୍ଟେଲିଜେନ୍ସ ଏଜେନ୍ସି (ଏନଜିଏ)ରୁ ମିଳିଥିବା ଏହି ଦସ୍ତାବିଜରୁ ଜଣାପଡିଛି ଯେ ଇସ୍ରାଏଲ ସେନା ଇରାନ ଉପରେ ଆକ୍ରମଣ ପାଇଁ ନିଜକୁ ପ୍ରସ୍ତୁତି କରୁଛି।
ସୂଚନାଯୋଗ୍ୟ, ଅକ୍ଟୋବର ପହିଲାରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ହେଜବୁଲ୍ଲା ଓ ହାମାସ୍ ସହ ଇରାନ୍ ଛିଡ଼ା ହୋଇଛି। ଇରାନ ମଧ୍ୟ ଉଭୟ ସଂଗଠନକୁ ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ କରୁଛି। ସେପଟେ ଇସ୍ରାଏଲ ରହିବ ନା ଇରାନ ରହିବ ବୋଲି ନେତାନ୍ୟାହୁ ସରକାରଙ୍କ ମନ୍ତ୍ରୀ କହିଛନ୍ତି।
ଏହି ଦୁଇଟି ଦସ୍ତାବିଜ ଆମେରିକାର ଚିନ୍ତା ବଢ଼ାଇ ଦେଇଛି। ଏହି ଦୁଇଟି ଦସ୍ତାବିଜ କିପରି ଲିକ୍ ହେଲା ସେ ନେଇ ଆମେରିକା ସରକାର ତଦନ୍ତ ଚଳାଇଛନ୍ତି। ଏଥିସହିତ କେଉଁ ଅଧିକାରୀମାନେ କାଗଜପତ୍ର ଲିକ୍ କରିବାରେ ସମ୍ପୃକ୍ତ ଅଛନ୍ତି।
ଅଧିକ ପଢ଼ନ୍ତୁ: ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ